banner
Breaking

କଟକ-ଭୁବନେଶ୍ୱରରେ ନାଇଟ୍ କର୍ଫ୍ୟୁ ଢିଲା।

0

ଭୁବନେଶ୍ୱର,୧୯ା୪(ବ୍ୟୁରୋ):ସଂକ୍ରମଣ ରୋକିବାକୁ କଟକ ଓ ଭୁବନେଶ୍ୱର ରାତ୍ର କର୍ଫ୍ୟୁ ସହ ୧୪୪ ଧାରା ଲାଗୁ କରାଯାଇଛି। ରାତି ୯ରୁ ସକାଳ ୫ଟା ପର୍ଯ୍ୟନ୍ତ ଦ୍ୱୈତନଗରୀର ପୂରା କମିଶନରେଟ ପୋଲିସ ହାତରେ ରହୁଛି। ଶନିବାର ପ୍ରଥମ ରାତିରେ କର୍ଫ୍ୟୁ କଟକଣା ଅପେକ୍ଷା ପୋଲିସ ସଚେତନତା ଉପରେ ଅଧିକ ଗୁରୁତ୍ୱ ଦେଇଥିଲା। ହେଲେ ରବିବାର ଦ୍ୱିତୀୟ ରାତିରେ ମଧ୍ୟ ସେପରି କଡ଼ା ନ ଥିଲା। ଭୁବନେଶ୍ୱର ପିଏମଜି, ମାଷ୍ଟରକ୍ୟାଣ୍ଟିନ, କଳ୍ପନା ଛକ, ସାମନ୍ତରାପୁର, ରସୁଲଗଡ, ପଳାଶୁଣୀ, ପାହାଳ, ଶହୀଦନଗର, ଜୟଦେବ ବିହାର, ସିଆରପି, ଗଙ୍ଗନଗର, ଗୋପବନ୍ଧୁ ଛକ, ଖଣ୍ଡଗିରି, ବରମୁଣ୍ଡା, ପଟିଆ, ଡମଣା, କିଟ ଛକରେ ପୋଲିସ ବ୍ଲକିଂ କରି ଯାଞ୍ଚ କରୁଥିଲେ ମଧ୍ୟ ଅଧିକାଂଶ ସ୍ଥାନରେ ଢ଼ିଲା ଥିଲା। ଅମାନିଆ ଭାବେ ନାନା ବାହାନାରେ ରାସ୍ତାରେ ଯାଉଥିବା ଦେଖିବାକୁ ମିଳିଥିଲା। ଅଧିକାଂଶ ଛକରେ ଯାଞ୍ଚ ନ ଥିବାରୁ ଏହା ସେମାନଙ୍କ ପାଇଁ ସୁଯୋଗ ପାଲଟିଥିଲା। ସେହିପରି ରବିବାର ରାତିରେ ସିଡ଼ିଏ ବେଲ୍‌ଭ୍ୟୁ ଛକରେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଯାଞ୍ଚ ବ୍ୟବସ୍ଥାକୁ ଅନୁଧ୍ୟାନ କରିବା ସହ କୌଣସି କାମ ନ ଥିଲେ ଗାଡ଼ି ଚାଳକଙ୍କୁ ବାହାରେ ନ ବୁଲିବା ପାଇଁ କହିଥିଲେ।
ଅନ୍ୟପକ୍ଷରେ ରାତିରେ କର୍ଫ୍ୟୁ ଥିବାରୁ ଲୋକେ ସକାଳୁ ରାତି ପର୍ଯ୍ୟନ୍ତ ଖୁଲମ୍‌ଖୁଲା ବୁଲୁଛନ୍ତି। ବିଶେଷକରି ସନ୍ଧ୍ୟାରେ ହାଟ, ବଜାରରେ ଭିଡ଼ ଜମାଉଛନ୍ତି। ସଂକ୍ରମଣ ରୋକିବା ପାଇଁ ସରକାର ଓ ପ୍ରଶାସନର ସବୁ ଉଦ୍ୟମ ବେକାର ହେଉଛି। ରବିବାର ଥିବାରୁ ସକାଳେ ଆମିଷ ବଜାରରେ ଭିଡ଼ ହୋଇଥିଲା। ସେହିପରି ଅପରାହ୍ନରୁ ବିଭିନ୍ନ ହାଟ, ବଜାର, ମଲ୍‌ରେ ଭିଡ଼ ହୋଇଥିଲା। ବିଏମ୍‌ସି କିମ୍ବା ପୋଲିସ ପକ୍ଷରୁ ସେପରି ଯାଞ୍ଚ ହୋଇ ନ ଥିଲା।

Khansweb Solution Bhubaneswar

Leave A Reply

Your email address will not be published.