ଭୁବନେଶ୍ୱର,୧୩।୪(ବ୍ୟୁରୋ): ବାଲେଶ୍ୱର ସହରର ବିକାଶ ପାଇଁ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୫୫ କୋଟିର ପ୍ୟାକେଜ୍ ଘୋଷଣା କରିଛନ୍ତି। ତଦନୁଯାୟୀ ସହଦେବଖୁଣ୍ଟାରେ ଥିବା ବସ୍ଷ୍ଟାଣ୍ଡର ବିକାଶ କରାଯିବ। ଏଥିପାଇଁ ୮ କୋଟି ଟଙ୍କା ଖର୍ଚ୍ଚ କରାଯିବ। ସେହିଭଳି ତୁମୁଳିଆ ଗେଟ୍ ଫ୍ଲାଇଓଭରରୁ ଷ୍ଟେଶନ ଛକ ଯାଏ ରାସ୍ତା ୬ ଲେନ୍ ବିଶିଷ୍ଟ ହେବ। ଏହି ରାସ୍ତାରେ ଆଧୁନିକ ଷ୍ଟ୍ରିଟ୍ ଲାଇଟ୍ ବ୍ୟବସ୍ଥା କରାଯିବ। ବାଲେଶ୍ୱର ମ୍ୟୁନିସିପାଲିଟିର ସମସ୍ତ ରାସ୍ତାର ଉନ୍ନତିକରଣ କରାଯିବ। ୬ ଲେନ୍ ବିଶିଷ୍ଟ ରାସ୍ତା ସହ ଷ୍ଟ୍ରିଟ୍ ଲାଇଟ୍ ସୁବିଧା ପାଇଁ ୭୦ କୋଟି ଟଙ୍କା ଖର୍ଚ୍ଚ ହେବ। ବହୁମୁଖି ଇଣ୍ଡୋର ହଲ, ସୁଇମିଂ ପୁଲ ଆଦି ପ୍ରତିଷ୍ଠା ହେବ। ଏଥିପାଇଁ ୧୪ କୋଟି ଖର୍ଚ୍ଚ ହେବ। ବୁଢ଼ାବଳଙ୍ଗ ନଦୀବନ୍ଧର ସୌନ୍ଦର୍ଯ୍ୟକରଣ ଓ ସୁରକ୍ଷା ପାଇଁ ବ୍ୟବସ୍ଥା କରାଯିବ। ଏଥିପାଇଁ ୫୩ କୋଟି ଟଙ୍କା ଖର୍ଚ୍ଚ ହେବ। ପୌରାଞ୍ଚଳରେ ଥିବା ସମସ୍ତ ପୋଖରୀର ବିକାଶ କରାଯିବ। ସବୁ ଡ୍ରେନ ଓ ତତ୍ସଂଯୁକ୍ତ ରାସ୍ତାର ବିକାଶ ପାଇଁ ୭ କୋଟି ଟଙ୍କା ଖର୍ଚ୍ଚ ହେବ। ବର୍ତ୍ତମାନ ସମୟରେ ବାଲେଶ୍ୱର ସହରରେ ବିଭିନ୍ନ ଭିତ୍ତିଭୂମି ବିକାଶ କାର୍ଯ୍ୟ ଜାରି ରହିଥିବା ବେଳେ ଏବେ ନିଷ୍ପତ୍ତି ନିଆଯାଇଥିବା କାର୍ଯ୍ୟ ଖୁବ୍ଶୀଘ୍ର ଆରମ୍ଭ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
Breaking
କୋକା-କୋଲା ୧୨ ବର୍ଷ ପରେ ଭାରତକୁ ଆଇକନିକ୍ ଫିଫା ବିଶ୍ୱକପ୍ ଟିଏମ ଟ୍ରଫି ଆଣିଛିରୋଟାରୀ କ୍ଳବ୍ ଅଫ୍ ଭୁବନେଶ୍ୱର ରୟାଲ ପକ୍ଷରୁ କମ୍ବଳ ବଣ୍ଟନଟାଟା ମୋଟର୍ସ ନବୀକରଣତା, ସାହାଯ୍ୟକାରୀତା ଏବଂ ବୁଦ୍ଧିମତା ଚଳମାନ ସମାଧାନ ସହିତ ଏହାର ଗତିପଥକୁ ଏକ୍ସକନ ୨୦୨୫ରେ ଆଗକୁ ବଢ଼ାଇପାରିଛିଭୁବନେଶ୍ୱର ଅଗ୍ରଣୀ ଓଡ଼ିଶାର ବୈଷୟିକୀ ବିପ୍ଳବକୁ ଆଗକୁ ବଢ଼ାଇଛି ଯେତେବେଳେକି ଏଆଇ ଏବଂ ଡ଼ିଜିଟାଲ ବ୍ୟାକିଙ୍ଗ ଏସଏମଇ ଭିତିଭୂମିକୁ ପୁନଃରୂପରେଖ ପ୍ରଦାନ କରିଛି: କୋଟାକ୍ଭୁବନେଶ୍ବର ବାଲିଯାତ୍ରା ମହୋତ୍ସବର ପ୍ରଶାସନିକ ପ୍ରସ୍ତୁତି ବୈଠକ
