banner
Breaking

ଓଡିଶାରେ ଆରମ୍ଭ ହେଲା କରୋନା କଟକଣା। ୧୦ ଜିଲ୍ଲାରେ ନାଇଟ କର୍ଫ୍ୟୁ।

0

ଭୁବନେଶ୍ୱର,୩।୪(ବ୍ୟୁରୋ): ବଢ଼ିବାରେ ଲାଗିଛି କରୋନାର ଲେଉଟାଣି ସଂକ୍ରମଣ। ଏହାକୁ ଦୃଷ୍ଟିରେ ରଖି ଶନିବାର ରାଜ୍ୟ ସରକାର ୧୦ଟି ଜିଲାରେ ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍‌ କର୍ଫ୍ୟୁ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଏବଂ ମାଲକାନଗିରି ଜିଲାରେ ଏହି କର୍ଫୁ ଲାଗିବ। ଏପ୍ରିଲ ୫ ତାରିଖରୁ ଅର୍ଥାତ ସୋମବାରଠାରୁ ସରକାରଙ୍କ ଏହି ନିର୍ଦ୍ଦେଶ ଲାଗୁ କରାଯିବ ବୋଲି ସ୍ବତନ୍ତ୍ର ରିଲିଫ୍‌ କମିଶନର(ଏସ୍‌ଆର୍‌ସି) ସୂଚନା ଦେଇଛନ୍ତି। କର୍ଫ୍ୟୁ ବେଳେ ସମସ୍ତ ଦୋକାନ, ବ୍ୟବସାୟିକ ପ୍ରତିଷ୍ଠାନ, ଅଫିସ ଆଦି ବନ୍ଦ ରହିବ। ପୂର୍ବଭଳି ମେଡିକାଲ ଏବଂ ଅନ୍ୟାନ୍ୟ ଜରୁରିକାଳୀନ ସେବାଗୁଡ଼ିକ ଖୋଲା ରହିବାକୁ ଥିବା ବେଳେ ଯାତାୟାତରେ କଟକଣା ଲାଗିବ ବୋଲି ଏସ୍‌ଆର୍‌ସି ସୂଚନା ଦେଇଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.