banner
Breaking

ରାଜଧାନୀରେ ବାର୍ଡ ଫ୍ଲୁ ଆତଙ୍କ।

0

ନୂଆଦିଲ୍ଲୀ,୯ ।୧: ଦେଶ ଗୋଟିଏ ପଟେ କରୋନା ମହାମାରୀ ସହ ଲଢେଇ କରୁଥିବା ବେଳେ ଏବେ ଚିନ୍ତା ବଢାଇଲାଣି ବାର୍ଡଫ୍ଲୁ । ରାଜଧାନୀ ଦିଲ୍ଲୀରେ କରୋନା ସ୍ଥିତି ଅଣାୟତ ହୋଇ ପଡିଥିବା ବେଳେ ଏବେ ସେଠାରେ ବାର୍ଡଫ୍ଲୁ ବି ଆଉ ଏକ ସମସ୍ୟା ହୋଇ ଉଭା ହେଲାଣି । ଦିଲ୍ଲୀର ମୟୁର ବିହାରର ଏକ ପାର୍କ ନିକଟରେ ପାଖାପାଖି ୨୦୦ କାଉଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଏବେ ପରୀକ୍ଷା ପାଇଁ ଏମାନଙ୍କ ନମୁନା ସଂଗ୍ରହ କରାଯାଉଛି । ଏହାକୁ ଦେଖିବା ପରେ ପଞ୍ଜାବ ସରକାର ବାହାରୁ ଆସୁଥିବା ପୋଲଟ୍ରି ପ୍ରଡକ୍ଟକୁ ୭ ଦିନ ପାଇଁ ବନ୍ଦ କରି ଦେଇଛନ୍ତି । ବିଶେଷଭାବେ ହରିୟାଣାରୁ ଆସୁଥିବା ମାଂସ, ଅଣ୍ଡା ଓ କୁକୁଡା ନ ଆଣିବାକୁ ପଞ୍ଜାବ ସରକାର ସ୍ଥିର କରିଥିବା ଜଣାପଡିଛି । ହରିୟାଣାରେ ରହସ୍ୟମୟଭାବେ କୁକୁଡା ମରୁଥିବାରୁ ଏହା ଏବିୟନ ଫ୍ଲୁ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ସେହିପରି କେରଳ, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ବି ବାର୍ଡ ଫ୍ଲୁ ଦେଖାଦେଇଥିବାରୁ ସେଠାରେ ଚିକେନ୍‌ର ଦର ହ୍ରାସ ପାଇଥିବା କୁହାଯାଏ ।

Khansweb Solution Bhubaneswar

Leave A Reply

Your email address will not be published.