banner
Breaking

ଟୀକା ବିତରଣ କ୍ଷେତ୍ରରେ ଧନୀ ଗରିବ ନରହିବା ଉଚିତ : ହୁ

0

ଜେନେଭା, ୫।୧୨: ଏବେ ପୃଥିବୀ କରୋନା ମହାମାରୀ କବଳରୁ ମୁକ୍ତି ପାଇବାର ସମୟ ପାଖେଇ ଆସୁଛି। ଆଉ କରୋନାକୁ ଭୟ କରିବା ଅନାବଶ୍ୟକ। କରୋନାରୁ ମୁକ୍ତି ସ୍ବପ୍ନ ଖୁବ୍‌ ଶୀଘ୍ର ସତ୍ୟରେ ପରିଣତ ହେବାକୁ ଯାଉଛି। ଏନେଇ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି। କରୋନା ଟିକା ଆସିବା ଦ୍ୱାରା ଏହା ସମ୍ଭବ ହେବାକୁ ଯାଉଛି ବୋଲି ବିଶ୍ୱସ୍ବାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଟେଡ୍ରୋସ୍‌ ଆଧାନୋମ୍‌ ଘେବ୍ରିୟେସସ୍‌ ସୂଚନା ଦେଇଛନ୍ତି। ଜାତିସଂଘର ବୈଠକରେ ସେ ଏଭଳି କହିଛନ୍ତି। ଇତିମଧ୍ୟରେ କେତେକ କରୋନା ଟିକାର ପରୀକ୍ଷଣ ସଫଳ ରହିଛି। ତେବେ ଟିକା ବିତରଣ କ୍ଷେତ୍ରରେ ଧନୀ ଏବଂ ଗରିବ ଦେଶଗୁଡ଼ିକ ମଧ୍ୟରେ କୌଣସି ପାତର ଅନ୍ତର ନ କରା ଯିବା ଉଚିତ ବୋଲି ସେ କହିଛନ୍ତି। ସମାନ ଭାବରେ ଟିକାର ପ୍ରୟୋଗ କରାଗଲେ ପୃଥିବୀର କରୋନା ମହାମାରୀର ଅନ୍ତ ଘଟିବ। କରୋନା ହଟିବା ପରେ ଦାରିଦ୍ର୍ୟତା, ଭୋକ, ଅସମାନତା ଏବଂ ଜଳବାୟୁ ପରିବର୍ତ୍ତନ ଉପରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.