banner
Breaking

କଟକ ଲୁଟ ଘଟଣାର ପର୍ଦ୍ଦାଫାସ।

0

କଟକ, ୨୪।୧୧: କଟକ ନୟାସଡ଼କସ୍ଥିତ IIFL ବ୍ରାଞ୍ଚରେ ଗତ ୧୯ ତାରିଖରେ ଏକ ବଡ଼ ଧରଣର ଲୁଟ୍‌ ହୋଇଥିଲା। IIFLର ଲାଲା ଅମ୍ରିତ ରାୟ ନାମକ କର୍ମଚାରୀ ହିଁ ଏହି ଲୁଟ ଘଟଣାରେ ମୁଖ୍ୟ ମାଷ୍ଟରମାଇଣ୍ଡ । ସେ ନିଜ ଭାଇ ଓ ସାଙ୍ଗଙ୍କ ସହ ମିଶି ଏହି ଡକାୟତିର ଯୋଜନା କରିଥିଲେ। ନୟାସଡ଼କ IIFL ସୁନା ଓ ଟଙ୍କା ଲୁଟ୍‌ ଘଟଣାର ପର୍ଦ୍ଦାଫାସ କରି ମଙ୍ଗଳବାର ପ୍ରେସ୍‌ମିଟରେ ଏହି ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ଅପରପକ୍ଷେ, ଏହି ଘଟଣାରେ ପୋଲିସ ୪ ଜଣଙ୍କୁ ଅଟକ ରଖିଥିବା ବେଳେ ୨ କେଜି ସୁନା ଓ ୨ଟି ବାଇକ ଜବତ କରିଛି।
କମିଶନରଙ୍କ ସୂଚନା ଅନୁଯାୟୀ, ଘଟଣାର ମାଷ୍ଟର ମାଇଣ୍ଡ IIFLର କର୍ମଚାରୀ ଲାଲା ଅମ୍ରିତ ରାୟ ନିଜେ ହଡ଼ପ କରିଥିବା ସୁନାକୁ ଲୁଟ ହୋଇଥିବା ଦର୍ଶାଇ ଡକାୟତିର ଡ୍ରାମା ରଚିଥିଲେ। ଅମ୍ରିତ କିଛି ବନ୍ଧକ ସୁନାକୁ ହଡ଼ପ କରିଥିଲେ। ହେଲେ ଅଡିଟରେ ଧରାପଡ଼ିଯିବା ଆଶଙ୍କାରେ ନିଜ ବଡ଼ ଭାଇ ଓ ସାଙ୍ଗଙ୍କ ଜରିଆରେ ଲୁଟ କରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ଲୁଟ ପୂର୍ବଦିନ ସମସ୍ତଙ୍କୁ ଆଣି ବ୍ରାଞ୍ଚ ଦେଖାଇ ଯୋଜନା କରିଥିଲେ ଅମ୍ରିତ ଓ ତାଙ୍କ ଭାଇ । ଏହାପରେ ଗତ ୧୯ ତାରିଖ ସକାଳେ ୪ ସାଙ୍ଗ ପଶି ଲୁଟିଥିଲେ।

ଲାଲା ଅମ୍ରିତ ରାୟ ଓ ତାଙ୍କ ଭାଇ ଲାଲା ରଞ୍ଜନ ରାୟଙ୍କ ନାମରେ ପୂର୍ବରୁ ମଙ୍ଗଳାବାଗ ଥାନାରେ ମାମଲା ରହିଛି। ସୁନା ହେରଫେର ମାମଲାରେ ତାଙ୍କ ଭାଇ ପୂର୍ବରୁ ଗିରଫ ହୋଇଥିବା ବେଳେ ସେ ଖସି ଯାଇଥିଲେ। IIFLରେ ୫ ବର୍ଷ ହେଲା ଅମ୍ରିତ କାମ କରୁଥିଲେ। ୪ ବର୍ଷ ହେଲାଣି ସେ ନାନା ହେରଫେର କରୁଥିଲେ। ନୂଆ ଅଡିଟର ଆସିବାରୁ ଧରାପଡ଼ିଯିବା ଭୟରେ ସେ ନିଜ ସାଙ୍ଗମାନଙ୍କ ସହ ଲୁଟ୍‌ ଯୋଜନା ପ୍ରସ୍ତୁତ କଲେ।

ଯୋଜନାବଦ୍ଧ ଭାବେ ଏହି ଲୁଟ ଘଟଣାରେ ଅଭିଯୁକ୍ତମାନେ କୌଣସି ପ୍ରମାଣ ଛାଡ଼ି ନ ଥିବା ବେଳେ ଏହା କମିଶନରେଟ ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ସଦୃଶ ଥିଲା। ଏହାସତ୍ତ୍ୱେ ପୋଲିସ ଅଭିଯୁକ୍ତଙ୍କୁ ଖୋଜି ବାହାର କରିବା ସହ ଲୁଟ ସୁନା ଜବତ କରିଥିବା କହିଛନ୍ତି ସିପି।

Khansweb Solution Bhubaneswar

Leave A Reply

Your email address will not be published.