ଭୁବନେଶ୍ବର,୨୩/୧୧(ଓଡ଼ିଆ ନ୍ୟୁଜ): ଓଡ଼ିଶା ଅତ୍ୟାବଶ୍ୟକ ସେବା ସଂଶୋଧନ ବିଲ୍ ବିଧାନସଭାରେ ପାରିତ ହୋଇଛି। ସଂଶୋଧିତ ବିଲ୍ରେ କିିଛି ସେବାକୁ ଅତ୍ୟାବଶ୍ୟକ ଭାବେ ବିବେଚନା କରାଯାଇଛି। ସେଥିରେ ଅଗ୍ନି ନିରାପତ୍ତା, ଅବକାରୀ, ଜଙ୍ଗଲ, କାରାଗାର, ଜେଲ ସଂସ୍କାର ଅତ୍ୟାବଶ୍ୟକ ସେବା। ଇଲେକ୍ଟ୍ରୋନିକ୍ସ, ସୂଚନା ଓ ଯୋଗାଯୋଗ ଇତ୍ୟାଦି ଅତ୍ୟାବଶ୍ୟକ ସେବା ଅନ୍ତର୍ଭୁକ୍ତ।
ଏଥିରେ ଥିବା କର୍ମଚାରୀ ଧର୍ମଘଟ କଲେ ବେଆଇନ। ଯଦି କେହି ବେଆଇନ୍ ଧର୍ମଘଟକୁ ପ୍ରୋତ୍ସାହିତ କରେ ଦଣ୍ଡିତ ହେବେ। ସମର୍ଥନ କରି ଆର୍ଥିକ ସହାୟତା ପ୍ରଦାନ କଲେ ବି ଦଣ୍ଡିତ ହେବେ। ଧର୍ମଘଟ ପାଇଁ ସାଧାରଣ ଲୋକଙ୍କ ସୁରକ୍ଷା ବିପନ୍ନ ହେଲେ ଦଣ୍ଡବିଧାନ ବ୍ୟବସ୍ଥା କରାଯାଇଛି।
ସରକାରଙ୍କ ଏହି ବିଲ୍ ପାରିତ ହେବା ପରେ ବିରୋଧୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ବିଜେପି ଓ କଂଗ୍ରେସ ଦଳ ପକ୍ଷରୁ ଏହାକୁ ବିରୋଧ କରାଯାଇଥିଲା। ଏହା କର୍ମଚାରୀଙ୍କ ମାରଣ ନୀତି ହେବ। କର୍ମଚାରୀଙ୍କ ତଣ୍ଟି ଚିପା ଯାଉଛି ବୋଲି ସେମାନେ ଅଭିଯୋଗ କରିଥିଲେ। କିନ୍ତୁ ବିଜେପି ଓ କଂଗ୍ରେସ ଦଳର ଅଭିଯୋଗ ସତ୍ତ୍ବେ ସରକାରୀ ଦଳଙ୍କ ସଂଖ୍ୟା ଗରିଷ୍ଠତା ଥିବାରୁ ଏହି ବିଲ୍କୁ ପାରିତ କରାଯାଇଥିଲା। ସଂଶୋଧିତ ଆଇନ୍କୁ ବିଧାନସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଉପସ୍ଥାପିତ କରିଥିଲେ ଏବଂ ଏ ସମ୍ପର୍କରେ ଆଲୋଚନା କରାଯିବା ପରେ ପାରିତ ହୋଇଛି। ପୂର୍ବରୁ ମଧ୍ୟ ୧୯୮୮ର ଏହି ଆଇନ ଥିଲା। ତାହାର ସଂଶୋଧନ କରାଯାଇଛି। ସଂଶୋଧିତ ଆଇନ ଅନୁସାରେ ଯେଉଁ କର୍ମଚାରୀମାନେ ଧର୍ମଘଟ କରିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ସରକାରଙ୍କ ହାତରେ ଯେଉଁ କ୍ଷମତା ରହିଲା ଆଇନ ବଳରେ ତାହା କାର୍ଯ୍ୟକାରୀ କରିପାରିବେ, ଯାହାକୁ ବିରୋଧୀ ନାପସନ୍ଦ କରିଛନ୍ତି।




