ଭୁବନେଶ୍ଵର, ୧୬। ୧୧: କରୋନାରୁ ସୁସ୍ଥ ହୋଇଥିବା ପ୍ରସୂତି ମହିଳା ଓ ସେମାନଙ୍କ ନବଜାତ ଶିଶୁଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ଓ ଚିକିତ୍ସା ନିମନ୍ତେ କିମସରେ ଏକ ପୋଷ୍ଟ କୋବିଡ ମାତୃ ଓ ଶିଶୁ କ୍ଲିନିକ ଖୋଲିଛି। ଗତ ୮ ମାସ ମଧ୍ୟରେ ଓଡ଼ିଶାର ୩ ଲକ୍ଷ ଲୋକ କରୋନା ସଂକ୍ରମିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଲକ୍ଷ ୯୦ ହଜାର ସୁସ୍ଥ ହୋଇ ସାରିଲେଣି। ଏହି ସମୟ ମଧ୍ୟରେ କିମସ ସ୍ଵତନ୍ତ୍ର କୋବିଡ ହସପିଟାଲରେ ୬ ହଜାର କରୋନା ଆକ୍ରାନ୍ତ ଚିକିତ୍ସିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୫୦ ଜଣ କରୋନା ସଂକ୍ରମିତ ପ୍ରସୂତି କିମସ ସ୍ଵତନ୍ତ୍ର କୋବିଡ ହସପିଟାଲରେ ଭର୍ତ୍ତି ହୋଇଥିଲେ ଓ ସେମାନେ ସାଧାରଣ ଓ ସିଜରିଆନ ଡେଲିଭେରୀ ମାଧ୍ୟମରେ ୧୫୦ ଶିଶୁଙ୍କୁ ଜନ୍ମ ଦେଇଥିଲେ। ଏମାନଙ୍କ ମଧ୍ୟରୁ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଥିବା ୨୫ ପ୍ରତିଶତ ମହିଳାଙ୍କ କ୍ଷେତ୍ରରେ ଦୀର୍ଘଦିନ ଧରି ଦୁର୍ବଳତା, ହାଲିଆ ଅନୁଭବ କରିବା, ଶ୍ଵାସକ୍ରିୟାରେ ଅସୁବିଧା, କଫ, ଜ୍ଵର କିମ୍ବା ଅନ୍ୟାନ୍ୟ ଲକ୍ଷଣ ଦେଖିବାକୁ ମିଳୁଛି। ଏମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ପରବର୍ତ୍ତୀ ଚିକିତ୍ସା ନିମନ୍ତେ କିମସରେ ପୋଷ୍ଟ କୋବିଡ ମାତୃ ଓ ଶିଶୁ କ୍ଲିନିକ ଖୋଲାଯାଇଛି। ଏହି କ୍ଲିନିକରେ ବରିଷ୍ଠ ସ୍ତ୍ରୀ ରୋଗ ବିଶେଷଜ୍ଞ ଓ ବରିଷ୍ଠ ଶିଶୁରୋଗ ବିଶେଷଜ୍ଞଙ୍କ ଦ୍ଵାରା ମା ଓ ନବଜାତ ଶିଶୁର ସ୍ୱାସ୍ଥ୍ୟ ଯାଞ୍ଚ କରାଯିବା ସହ ଆବଶ୍ୟକ ପରାମର୍ଶ ଦିଆଯାଉଛି। ଏଠାରେ ମଧ୍ୟ ସମସ୍ତ ପ୍ରକାର ପରୀକ୍ଷା ଓ ଇମେଜିଙ୍ଗ ସୁବିଧା ଉପଲବ୍ଧ। ଆବଶ୍ୟକ ସ୍ଥଳେ କାର୍ଡିଓଲୋଜିଷ୍ଟ, ପାଥୋଲୋଜିଷ୍ଟ କିମ୍ବା ଫିଜିସିଆନଙ୍କ ପରାମର୍ଶ ନେଇପାରିବେ। ଏହି କ୍ଲିନିକ ସମସ୍ତ କାର୍ଯ୍ୟ ଦିବସରେ ପୂର୍ବାହ୍ନ ୧୦ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ଖୋଲା ରହୁଥିବା କିମସ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
Breaking
କୋକା-କୋଲା ୧୨ ବର୍ଷ ପରେ ଭାରତକୁ ଆଇକନିକ୍ ଫିଫା ବିଶ୍ୱକପ୍ ଟିଏମ ଟ୍ରଫି ଆଣିଛିରୋଟାରୀ କ୍ଳବ୍ ଅଫ୍ ଭୁବନେଶ୍ୱର ରୟାଲ ପକ୍ଷରୁ କମ୍ବଳ ବଣ୍ଟନଟାଟା ମୋଟର୍ସ ନବୀକରଣତା, ସାହାଯ୍ୟକାରୀତା ଏବଂ ବୁଦ୍ଧିମତା ଚଳମାନ ସମାଧାନ ସହିତ ଏହାର ଗତିପଥକୁ ଏକ୍ସକନ ୨୦୨୫ରେ ଆଗକୁ ବଢ଼ାଇପାରିଛିଭୁବନେଶ୍ୱର ଅଗ୍ରଣୀ ଓଡ଼ିଶାର ବୈଷୟିକୀ ବିପ୍ଳବକୁ ଆଗକୁ ବଢ଼ାଇଛି ଯେତେବେଳେକି ଏଆଇ ଏବଂ ଡ଼ିଜିଟାଲ ବ୍ୟାକିଙ୍ଗ ଏସଏମଇ ଭିତିଭୂମିକୁ ପୁନଃରୂପରେଖ ପ୍ରଦାନ କରିଛି: କୋଟାକ୍ଭୁବନେଶ୍ବର ବାଲିଯାତ୍ରା ମହୋତ୍ସବର ପ୍ରଶାସନିକ ପ୍ରସ୍ତୁତି ବୈଠକ
