ବିଜେଡି ପକ୍ଷରୁ ପ୍ରଶାନ୍ତି ବିହାର ଓ ଶିଖରଚଣ୍ଡୀ ନଗରରେ ଜନ ସଚେତନତା କାର୍ଯ୍ୟକ୍ରମ।
ଭୁବନେଶ୍ୱର,(ଓଡ଼ିଆ ନ୍ୟୁଜ): ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ସାରା ରାଜ୍ୟରେ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଠାରୁ ଜନ ସଚେତନତା କାର୍ଯ୍ୟକ୍ରମ ଚାଲୁରହିଛି।
ଏହି କ୍ରମରେ ଉତ୍ତର ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ରାଉତଙ୍କ ନିର୍ଦେଶରେ ଭୁବନେଶ୍ୱର ଜିଲ୍ଲା ସାଂଙ୍ଗଠନିକ ଉପସଭାପତି ଶ୍ରୀଯୁକ୍ତ ମିହିର କୁମାର ରାଉତ(ପପୁ)ଙ୍କ ନେତୃତ୍ୱରେ ଆଜି ୱାର୍ଡ ନଂ-୧ ପ୍ରଶାନ୍ତି ବିହାର ଏବଂ ୱାର୍ଡ ନଂ-୨ ଶିଖର ଚଣ୍ଡୀ ନଗରରେ ଜନ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।
ଏଥିରେ ଘର ଘର ବୁଲି ଲୋକମାନଙ୍କୁ କରୋନା ମହାମାରୀ ମୁକାବିଲା କରିବା ପାଇଁ ସମାଜିକ ଦୂରତା ବଜାୟ ରଖିବା, ବାରମ୍ବାର ହାତ ଧୋଇବା, ଜନଗହଳି ସ୍ଥାନକୁ ନଯିବା ଓ ଅଯଥା ବାହାରେ ବୁଲାବୁଲି ନକରିବା ପାଇଁ ନିବେଦନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମ ରେ ୱାର୍ଡ ନଂ-୨ ର ପୂର୍ବତନ କର୍ପୋରେଟର ହରିଷ ମୁର୍ମୁ, ୱାର୍ଡ ନଂ-୧ ର ୱାର୍ଡ ସଭାପତି ଦୀପ୍ତ ସୁନ୍ଦର ସ୍ୱାଇଁ, ୱାର୍ଡ ନଂ-୨ ର ୱାର୍ଡ ସଭାପତି ରାଜେଶ ବିଶୋଇ, ୱାର୍ଡ ନଂ-୩ ର ୱାର୍ଡ ସଭାପତି ହିମାଂଶୁ ଶେଖର ଦାସ, ଭୁବନେଶ୍ୱର ଉତ୍ତର ଉପସଭାପତି ଏନ. ନରେଶ ରାଓ,ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ସାଧାରଣ ସଂପାଦକ ପ୍ରସନ୍ନ କୁମାର ସାହୁ, ଭୁବନେଶ୍ୱର ଜିଲ୍ଲା ସାଙ୍ଗଠନିକ ସମ୍ପାଦକ ମନୋଜ ସାହୁ,ସମାଜସେବୀ କଂଜେଷ୍ଟର ଜେନା, ସମାଜସେବୀ କାଳିଚରଣ ସିଂ, ସମାଜସେବୀ ଅଶୋକ କୁମାର ବେହେରା,ସମାଜସେବୀ ମାନସ କୁମାର ଦାସ ଓ ଦି କ୍ଲବ, ଗଣେଷ କ୍ଲବ, ଓଁମ ସାଇ କ୍ଲବର ସଭ୍ୟମାନେ, ୱାର୍ଡ-୧ ଓ ୱାର୍ଡ-୨ ର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ବହୁ ଦଳୀୟ କାର୍ମୀ ମାନେ ଉପସ୍ଥିତ ରହି ସଚେତନତା ବାର୍ତ୍ତା ବାଣ୍ଟିବା ସହିତ ମାସ୍କ ବଣ୍ଟନ କରିଥିଲେ।