banner
Breaking

ଆଣ୍ଟି ରେଡିଏଶନ ମିଶାଇଲ ‘ରୁଦ୍ରମ’ର ସଫଳ ପରୀକ୍ଷଣ

0

ନୂଆଦିଲ୍ଲୀ, ୯ ।୧୦: ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ ବା ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଅର୍ଗାନାଇଜେଶନ(ଡିଆର୍‌ଡିଓ) ପୁଣିଥରେ ଇତିହାସ ରଚିଛି । ଭାରତ ଶୁକ୍ରବାର ଆଣ୍ଟି ରେଡିଏଶନ ମିଶାଇଲ ‘ରୁଦ୍ରମ’ର ସଫଳ ପରୀକ୍ଷଣ କରିଛି । ଏହି କ୍ଷେପଣାସ୍ତ୍ରକୁ ଡିଆର୍‌ଡିଓ ଦ୍ୱାରା ନିର୍ମାଣ କରାଯାଇଛି । ଏହାର ପରୀକ୍ଷଣ ସୁଖୋଇ-୩୦ ଯୁଦ୍ଧ ବିମାନରୁ କରାଯାଇଛି । ଭାରତରେ ପ୍ରସ୍ତୁତ କରାଯାଇଥିବା ଏହା ପ୍ରଥମ କ୍ଷେପଣାସ୍ତ୍ର ଯାହା ଯେ କୌଣସି ଉଚ୍ଚତାରୁ ନିକ୍ଷେପ କରିହେବ । ରୁଦ୍ରମ କ୍ଷେପଣାସ୍ତ୍ର ସବୁ ପ୍ରକାର ସିଗ୍‌ନାଲ ଓ ରେଡିଏଶନକୁ ଧରି ପାରିବାରେ ସକ୍ଷମ । ଏହାସହ ନିଜ ରାଡରକୁ ଆଣି ଏହା କ୍ଷେପଣାସ୍ତକୁ ନଷ୍ଟ କରିଦେଇ ପାରିବାର କ୍ଷମତା ରଖିଛି । ଏବେ ଏହା ଡେଭଲପମେଣ୍ଟ ଟ୍ରାଏଲରେ ଜାରି କରାଯାଇଛି । ଏହା ସମ୍ପୂର୍ଣ୍ଣ ହେବା ପରେ ଏହାକୁ ସୁଖୋଇ ଓ ସ୍ୱେଦେଶୀ ବିମାନ ତେଜସରେ ବ୍ୟବହାର କରାଯିବ । ସୂଚନାଯୋଗ୍ୟ, ଚଳିତ ସପ୍ତାହାର ଆରମ୍ଭରେ ଡିଆର୍‌ଡିଓ ସୁପରସୋନିକ ମିଶାଇଲ ଆସିଷ୍ଟେଡ ରିଲିଜ ଅଫ୍ ଟାରପୋଡେ(ସ୍ମାର୍ଟ)ର ସଫଳ ପରୀକ୍ଷଣ କରିଥିଲା ।

Khansweb Solution Bhubaneswar

Leave A Reply

Your email address will not be published.