banner
Breaking

ପାୟଲ ଘୋଷ ଅନଶନରେ ବସିବେ।

0

ମୁମ୍ବାଇ; ବଲିଉଡ୍ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ଉପରେ ଯୌନ ଶୋଷଣ ଅଭିଯୋଗ ଆଣି ଇଣ୍ଡଷ୍ଟ୍ରିରେ ହଇଚଇ କରିଥିବା ଅଭିନେତ୍ରୀ ପାୟଲ ଘୋଷ ନିଜ ଓକିଲଙ୍କ ସହ ଥାନାରେ ପହଞ୍ଚିଥିବା ଜଣାପଡିଛି । ସେଠାରେ ସେ ଅନୁରାଗଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି । ଯଦି ଅନୁରାଗଙ୍କୁ ଗିରଫ ନ କରାଯାଏ ତେବେ ସେ ଅନଶନରେ ବସିବେ ବୋଲି ଧମକ ଦେଇଛନ୍ତି । ସୂଚନାଯୋଗ୍ୟ, ଏହା ପୂର୍ବରୁ ଥାନାରେ ଅନୁରାଗଙ୍କ ନାଁରେ ପାୟଲ ଅଭିଯୋଗ କରିଥିଲେ ବି ଏପଯ୍ୟନ୍ତ ଏହା ଉପରେ କୌଣସି ପଦକ୍ଷେପ ନିଆଯାଇ ନାହିଁ । ଯାହାକୁ ନେଇ ଏବେ ମୁମ୍ବାଇ ପୋଲିସର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠିଛି । ଏବେ ଦ୍ୱିତୀୟ ଥର ଲାଗି ଓକିଲଙ୍କୁ ନେଇ ସେ ବର୍ସୋୱା ଥାନରେ ପହଞ୍ଚିଛନ୍ତି । ଏହାସହ ତାଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସେ ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରିଛନ୍ତି । ସୂଚନାଯୋଗ୍ୟ, ନିକଟରେ ସୋସିଆଲ ମିଡିଆ ମାଧ୍ୟମରେ ଅଭିନେତ୍ରୀ ପାୟଲ ଘୋଷ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ନାଁରେ ଅନେକ ସଙ୍ଗିନ ଅଭିଯୋଗ ଆଣିଥିଲେ । ସେ ଟୁଇଟରରେ ଲେଖିଥିଲେ କି ମଦ ନିଶାରେ ଅନୁରାଗ ତାଙ୍କ ସହ ଜବରଦସ୍ତି କରିଛନ୍ତି । ଏହାକୁ ନେଇ ଅନୁରାଗ ପାୟଲଙ୍କ ବିରୁଦ୍ଧରେ ଲିଗାଲ ଆକ୍ସନ ନେବେ ବୋଲି ମଧ୍ୟ କହିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.