ବରଦା ପ୍ରସନ୍ନ ଦାସ ହେଲେ ଅତିରିକ୍ତ ନିର୍ଦ୍ଦେଶକ।
ଭୁବନେଶ୍ଵର,୨୫/୯(ଓଡ଼ିଆ ନ୍ୟୁଜ):ସୂଚନା ଓ ଲୋକ ସମ୍ପର୍କ ବିଭାଗର ଦୀର୍ଘ ଦିନଧରି ଖାଲିଥିବା ଅତିରିକ୍ତ ନିର୍ଦ୍ଦେଶକ ପଦ ପୂରଣ ହୋଇଛି। ବରଦା ପ୍ରସନ୍ନ ଦାସଙ୍କୁ ଲୋକ ସମ୍ପର୍କ ବିଭାଗର ନୂଆ ଅତିରିକ୍ତ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି।
ପ୍ରକାଶ ଥାଉକି ଶ୍ରୀଯୁକ୍ତ ଦାସ ଟିଟିଲାଗଡରେ ୧୯୮୪ ରୁ ୧୯୯୦ ପର୍ୟ୍ୟନ୍ତ ଅବସ୍ଥାନ କରି ଓଡିଶା ସୂଚନା ସେବାରେ ଚାକିରି ଆରମ୍ଭ କରିଥିଲେ । ଏହାପରେ ନୟାଗଡ, ଜୟଦେବ ଭବନ, କଟକ, ବାଙ୍କୀ, ଅନୁଗୁଳ, ଦେବଗଡ, ଭୁବନେଶ୍ଵରର ଖୋର୍ଦ୍ଧା ଜିଲ୍ଲାରେ ନିଜ ଦାୟିତ୍ଵ ସହ ସଂସ୍କୃତି ଅଧିକାରୀ ଭାବେ ସୂଚାରୁ ରୂପେ କାର୍ୟ୍ୟ ତୁଲାଇଥିଲେ । ଶ୍ରୀ ଦାସ ତାଙ୍କ କାର୍ୟ୍ୟକାଳ ମଧ୍ୟରେ ସରକାରଙ୍କ ବିଭିନ୍ନ ଯୋଜନାକୁ ଲୋକାଭିମୁଖୀ କରିବା ଉପରେ ଗୁରୁତ୍ଵ ଦେଇ ଆସିଛନ୍ତି । ପାଦୋନ୍ନତି କମିଟି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଉନ୍ନୟନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ସୂଚନା ଓ ଲୋକସମ୍ପର୍କ ଶାସନ ସଚିବ ସଞ୍ଜୟ ସିଂ, ସୂଚନା ଓ ଲୋକ ସମ୍ପର୍କ ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର କମିଟିର ସଭ୍ୟ ରହିଥିଲେ ।