banner
Breaking

ଟସ୍ ଜିତି ଫିଲ୍ଡି° କରିବ ଚେନ୍ନାଇ।

0

ଶାରଜା, ୨୨।୯: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୧୩ତମ ସଂସ୍କରଣର ୪ର୍ଥ ମୁକାବିଲାରେ ମଙ୍ଗଳବାର ଗତଥରର ରନର୍ସଅପ୍‌ ଚେନ୍ନାଇ ସୁପର୍‌ କିଙ୍ଗ୍ସ ଓ ରାଜସ୍ଥାନ ରୟାଲ୍ସ ପରସ୍ପରକୁ ଭେଟିଛନ୍ତି। ଏହି ମ୍ୟାଚ୍‌ରେ ଟସ୍‌ ଜିତି ଚେନ୍ନାଇ ସୁପର୍‌ କିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଟସ୍‌ ହାରି ଷ୍ଟିଭ ସ୍ମିଥଙ୍କ ନେତୃତ୍ୱାଧୀନ ରାଜସ୍ଥାନ ପ୍ରଥମେ ବ୍ୟାଟିଂ କରିବାର ସୁଯୋଗ ପାଇଛି। ପୂର୍ବରୁ ଆଇପିଏଲ୍‌ର ଉଦ୍‌ଘାଟନୀ ମ୍ୟାଚ୍‌ରେ ଚେନ୍ନାଇ ୫ ଉଇକେଟ୍‌ରେ ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଥିଲା।
ଚେନ୍ନାଇ ସୁପର୍‌ କିଙ୍ଗ୍ସ: ମୂରଲୀ ବିଜୟ, ଶେନ୍‌ ଓ୍ବାଟ୍‌ସନ, ଫାଫ୍‌ ଡୁ ପ୍ଲେସିସ, ରୁତୁରାଜ ଗାଏକ୍ୱାଡ, କେଦାର ଯାଦବ, ମହେନ୍ଦ୍ର ସିଂ ଧୋନୀ (ଅଧିନାୟକ/ଉଇକେଟ୍‌କିପର), ରବୀନ୍ଦ୍ର ଜାଡେଜା, ସାମ୍‌ କୁରାନ, ଦୀପକ ଚହର, ପିୟୂଷ ଚାଓ୍ବଲା ଓ ଲୁନ୍‌ଗୀ ଏନ୍‌ଗିଡି।
ରାଜସ୍ଥାନ ରୟାଲ୍ସ: ଯଶବୀର ଜୟସ୍ବାଲ, ରବିନ୍‌ ଉଥପ୍ପା, ସଞ୍ଜୁ ସାମସନ (ଉଇକେଟ୍‌କିପର), ଷ୍ଟିଭ ସ୍ମିଥ (ଅଧିନାୟକ), ଡେଭିଡ୍‌ ମିଲର, ରିୟାନ ପରାଗ, ଶ୍ରେୟାସ ଗୋପାଳ, ଟମ୍‌ କୁରାନ, ରାହୁଲ ତଓ୍ବୋତିଆ, ଜୋଫ୍ରା ଆର୍ଚର ଓ ଜୟଦେବ ଉନାଡକଟ।

Khansweb Solution Bhubaneswar

Leave A Reply

Your email address will not be published.