banner
Breaking

ଏମ୍ସରୁ ଘରକୁ ଆସିଲେ ଅମିତ ଶାହା।

0

ନୂଆଦିଲ୍ଲୀ,୧୭/୯(ବ୍ୟୁରୋ): ଘରକୁ ଆସିଲେ ଅମିତ ଶାହା। ୫ ଦିନ ଡ଼ାକ୍ତରଖାନାରେ ରହିବା ପରେ ଏମ୍ସରୁ ମୁକ୍ତ ହୋଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା । ତାଙ୍କୁ ୧୨ ସେପ୍ଟେମ୍ବର ଦିନ ୧୧ଟାରେ ଚିକିତ୍ସା ନିମନ୍ତେ ଏମ୍ସରେ ଭର୍ତି କରାଯାଇଥିଲା । ଶ୍ଵାସକ୍ରିୟାରେ ସମସ୍ୟା ଯୋଗୁଁ ସେ ଚିକିତ୍ସିତ ହେଉଥିଲେ । ତେବେ ଆଜି ସନ୍ଧ୍ୟାରେ ତାଙ୍କୁ ଏମ୍ସରୁ ଛାଡ଼ି ଦିଆଯାଇଛି ।
ଡ଼ାକ୍ତରଖାନା ପକ୍ଷରୁ କୁହାଯାଇଛି ଯେ କୋବିଡ଼-୧୯ରୁ ସୁସ୍ଥ ହେବା ପରେ ତାଙ୍କୁ ୧୮ ଅଗଷ୍ଟରେ ଏମ୍ସରେ ଭର୍ତି କରାଯାଇଥିଲା। ସେଠାରୁ ସେ ୩୧ ଅଗଷ୍ଟରେ ମୁକ୍ତି ପାଇଥିଲେ । ମାତ୍ର ପୁଣି ଶ୍ଵାସକ୍ରିୟାରେ ସମସ୍ୟା ଯୋଗୁଁ ତାଙ୍କୁ ଏମ୍ସରେ ଗତ ୧୨ ତାରିଖରେ ଭର୍ତି କରାଯାଇଥିଲା ।

Khansweb Solution Bhubaneswar

Leave A Reply

Your email address will not be published.