banner
Breaking

ରାଜ୍ୟରେ ଆଜି ପୁଣି ୩୬୩୧ ପଜିଟିଭ ଚିହ୍ନଟ ଓ ୮ ମୃତ।

0

ଭୁବନେଶ୍ବର,୩/୯(ଓଡ଼ିଆ ନ୍ୟୁଜ):ରାଜ୍ୟରେ ଆଜି ପୁଣି ୩୬୩୧ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୨୨୧୪ ଜଣ ଚିହ୍ନଟ ହୋଇଥିବାବେଳେ ୧୪୧୭ ଜଣ ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଖ୍ୟା ୧ ଲକ୍ଷ ୧୩ ହଜାର ୪୧୧କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଗୁରୁବାର ୩୦ଟି ଜିଲ୍ଲାରୁ ଚିହ୍ନଟ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୪୧ଜଣ, ବାଲେଶ୍ୱରରୁ୧୧୪ଜଣ, ବରଗଡରୁ ୨୩୮ଜଣ, ଭଦ୍ରକରୁ ୧୮୬ଜଣ, ବଲାଙ୍ଗୀରରୁ ୩୯ଜଣ, ବୌଦ୍ଧରୁ ୨୭ଜଣ, କଟକରୁ ୩୭୦ଜଣ, ଦେଓଗଡ଼ରୁ ୧୧ଜଣ, ଢେଙ୍କାନାଳରୁ ୫୬ଜଣ, ଗଜପତିରୁ ୯ଜଣ, ଗଞ୍ଜାମ ରୁ ୧୦୭ଜଣ, ଜଗତସିଂହପୁରରୁ ୭୯ଜଣ, ଯାଜପୁରରୁ ୧୨୭ଜଣ, ଝାରସୁଗୁଡ଼ାରୁ ୮୦ଜଣ, କଳାହାଣ୍ଡିରୁ ୨୭ଜଣ, କନ୍ଧମାଳରୁ ୪୪ଜଣ, କେନ୍ଦ୍ରାପଡ଼ାରୁ ୮୫ଜଣ, କେନ୍ଦୁଝରରୁ ୮୦ଜଣ, ଖୋର୍ଦ୍ଧାରୁ ୭୨୨ଜଣ, କୋରାପୁଟରୁ ୯୩ଜଣ, ମାଲକାନଗିରିରୁ ୫୫ଜଣ, ମୟୁରଭଞ୍ଜରୁ ୩୬୫ଜଣ, ନବରଙ୍ଗପୁରରୁ ୪୬ଜଣ, ନୟାଗଡରୁ ୧୦୦ଜଣ, ନୂଆପଡ଼ା ରୁ ୪୯ଜଣ, ପୁରୀରୁ ୧୫୭ଜଣ, ରାୟଗଡାରୁ ୧୧୧ଜଣ, ସମ୍ବଲପୁରରୁ ୬୮ଜଣ, ସୋନପୁରରୁ ୫୦ଜଣ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୯୫ଜଣ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଗୁରୁବାର ଆଉ ୮ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୨୨କୁ ବୃଦ୍ଧି ପାଇଛି। ୮ ମୃତକଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ୩ ଜଣ, କଟକ ଜିଲ୍ଲାରୁ ଦୁଇ ଜଣ, ବାଲେଶ୍ବର, ଖୋର୍ଦ୍ଧା, କନ୍ଧମାଳ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.