banner
Breaking

ଆସନ୍ତାକାଲି ଠାରୁ ଜେଇଇ ମେନ୍ ପରୀକ୍ଷା।

0

ଭୁବନେଶ୍ୱର, ୩୧।୮(ବ୍ୟୁରୋ): ସେପ୍ଟେମ୍ବର ୧ରୁ ୬ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ଓ ୧୩ ତାରିଖରେ ଏନ୍‌ଇଇଟି ପରୀକ୍ଷା ଅନୁଷ୍ଠିତ ହେବ। ଭୁବନେଶ୍ୱର ସମେତ ରାଜ୍ୟର ୭ ସହରରେ ପ୍ରାୟ ୩୭ହଜାର ଛାତ୍ରୀଛାତ୍ର ଏହି ପରୀକ୍ଷା ଦେବେ। ତେବେ କରୋନା ମହାମାରୀକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିଛନ୍ତି। ପରୀକ୍ଷା କେନ୍ଦ୍ରରେ ଛାତ୍ରୀଛାତ୍ର ଠିକ୍‌ ଭାବେ ପହଞ୍ଚତ୍ବା ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ରବିବାର ବିଏମ୍‌ସି ମୁଖ୍ୟାଳୟରେ ଏନେଇ ଏକ ସମନ୍ବୟ ବୈଠକ ବସିଥିଲା। ଭୁବନେଶ୍ୱରରେ ୬ଟି ପରୀକ୍ଷା କେନ୍ଦ୍ର କରାଯାଇଥିବାବେଳେ ପ୍ରାୟ ୧୬ହଜାର ଛାତ୍ରୀଛାତ୍ର ପରୀକ୍ଷା ଦେବେ। ୮ଟି ସ୍ଥାନରେ ପିଲାଙ୍କ ରହିବା ପାଇଁ ବ୍ୟବସ୍ଥା କରାଯାଇଛି। ପିଲାଙ୍କ ରହଣି କେନ୍ଦ୍ରରେ ସ୍ବତନ୍ତ୍ର କୋଭିଡ୍‌ ନିରୀକ୍ଷକ ରହିବେ। ସବୁ ପରୀକ୍ଷା କେନ୍ଦ୍ରରେ ସାନିଟାଇଜିଂ ବ୍ୟବସ୍ଥା ରହିବ। କେନ୍ଦ୍ର ବାହାରେ ଭିଡ଼ ଏଡ଼ାଇବା ପାଇଁ ମାଇକ୍‌ ଯୋଗେ ସଚେତନ କରାଯିବ। ପରୀକ୍ଷା ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯିବ। ପରୀକ୍ଷା କେନ୍ଦ୍ର ବାହାରେ, ଭିତରେ ଓ ଟ୍ରାଫିକ ପାଇଁ ସ୍ବତନ୍ତ୍ର ପୋଲିସ ରହିବେ। ପିଲାଙ୍କ ସୁବିଧା ପାଇଁ କେନ୍ଦ୍ର ବାହାରେ ଅଟୋ ରହିବ। ସେହିପରି ଏନ୍‌ଇଇଟି ପାଇଁ ମଧ୍ୟ ଆବଶ୍ୟକ ବ୍ୟବସ୍ଥା ହେବ ବୋଲି ନିଷ୍ପତ୍ତି ହୋଇଛି। ବୈଠକରେ ବିଏମ୍‌ସି କମିଶନର ପ୍ରେମ୍‌ଚନ୍ଦ୍ର ଚୌଧାରୀ, ଖୋର୍ଦ୍ଧା ଜିଲାପାଳ ସନତ ମହାନ୍ତି, ଏସ୍‌ପି ଅଜୟ ପ୍ରତାପ ସ୍ବାଇଁ, ଭୁବନେଶ୍ୱର ଆଇଟିଆଇର ଅଧ୍ୟକ୍ଷା ଜିତାମିତ୍ରା ଶତପଥୀଙ୍କ ସମେତ ପରିବହନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Khansweb Solution Bhubaneswar

Leave A Reply

Your email address will not be published.