ଭୂବନେଶ୍ବର,୮/୮(ଓଡ଼ିଆ ନ୍ୟୁଜ):କରୋନା ମହାମାରୀର ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ବଞ୍ଚିବାର ରାହାନେଇ ଲୋକମାନେ ଡହଳ ବିକଳ ହେଉଛନ୍ତି।ଏଭଳି ସଙ୍କଟମୟ ପରିସ୍ଥିତିରେ ନଦୀ ବଢିରେ କୁଟା କୁଟା ଖିଅ ଭଳି ଲକଡାଉନ ହେଉକି ସଟଡାଉନ୍ ସଦାସର୍ବଦା ଜନ ସାଧାରଣଙ୍କ ପାଖରେ ପହଞ୍ଚି ସାହାଯ୍ୟର ହାତ ବଢାଇଛନ୍ତି ବୀର ସୁରେନ୍ଦ୍ର ସାଏ ଯୁବ ବିକାଶ ପରିଷଦର କର୍ମକର୍ତ୍ତା ମାନେ।

ବର୍ତ୍ତମାନ ପରିସ୍ଥିତିରେ ସ୍ଥାନୀୟ ସଂକ୍ରମଣ ମୁଣ୍ଡବିନ୍ଧାର କାରଣ ହୋଇଥିବାବେଳେ ବୀର ସୁରେନ୍ଦ୍ରସାଏ ନଗର ମଧ୍ୟ ଏଥିରୁ ବାଦ୍ ପଡିନି। ଦିନକୁ ଦିନ ବଢୁଛି ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା।ଏହାକୁ ଦୃଷ୍ଟିରେ ରଖି ଯୁବ ପରିଷଦ ପକ୍ଷରୁ ନିଜସ୍ବ ପ୍ରାୟାସରେ ସ୍ଥାନୀୟ ଅଞ୍ଚଳ ସଂପାଦକ ଶ୍ରୀ ଦୀପକ ବାରିକଙ୍କ ନେତୃତ୍ବରେ ସାନିଟାଇଜ୍ କରାଯାଉଛି।ଆଗାମୀ ଦିନରେ ପରିଷଦ ପକ୍ଷରୁ ରକ୍ତଦାନ ଶିବିର ଆୟୋଜନ କରାଯିବା ସହ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମ ମାନ ହାତକୁ ନିଆଯିବ ବୋଲି ଶ୍ରୀ ଦୀପକ ମତପ୍ରକାଶ କରିଛନ୍ତି।ଏହି କାର୍ଯ୍ୟକ୍ରମରେ ପରିଷଦର ଅନ୍ୟାନ୍ୟ ସଦସ୍ୟ ମାନେ ସହଯୋଗ କରୁଛନ୍ତି।




