banner
Breaking

ନିଆରା ଢଙ୍ଗରେ ପାଳିତ ହେଲା ରକ୍ଷାବନ୍ଧନ।

0

ଭୁବନେଶ୍ଵର,୩/୮(ଓଡ଼ିଆ ନ୍ୟୁଜ):ଆଜି ପବିତ୍ର ଗହ୍ମାପୂର୍ଣ୍ଣିମା ତଥା ରକ୍ଷାବନ୍ଧନ ଅବସରରେ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ନ୍ୟାସନାଲ ହ୍ୟୁମାନ ୱେଲଫେୟାର ବୋର୍ଡ ଟ୍ରଷ୍ଟ (NHWBT) ତରଫରୁ ଭୁବନେଶ୍ଵରର ବିଭିନ୍ନ ଅଞ୍ଚଳରେ ମାସ୍କ ବଣ୍ଟନ ସହ ମାସ୍କ ବ୍ୟବହାର କରିବା ନିୟମାବଳୀ ସମ୍ପର୍କରେ ସଚେତନ କରିଛନ୍ତି। ସଂସ୍ଥା ତରଫରୁ ଧଳା ରଙ୍ଗର ମାସ୍କ ବଣ୍ଟନ କରାଯିବାର ମହତ୍ତ୍ଵ ସମ୍ପର୍କରେ ସଂସ୍ଥାର ଅଧ୍ୟକ୍ଷ ଶାରଦା ପ୍ରସାଦ ମହାପାତ୍ର ଜଣାଇଛନ୍ତି। ଧଳା ରଙ୍ଗଟି କିଛି ସମୟ ବ୍ୟବହାର ପରେ ମଳିନ ପଡିଯାଏ, ଯଦ୍ୱାରା ଆମକୁ ଏହା ସୂଚନା ଦିଏ ଯେ ବର୍ତ୍ତମାନ ମାସ୍କଟିକୁ ବଦଳାଇ ନୁଆ ମାସ୍କ ପରିଧାନ କରିବା ଏବଂ ପୁରୁଣା ମାସ୍କଟିକୁ ଭଲ ଭାବରେ ସର୍ଫ ପାଣିରେ ବତୁରାଇ ଭଲ ଭାବରେ ସାନିଟାଇଜ କରିବା ପରେ ଏହାକୁ ସୁଖାଇ ପୁନଃ ବ୍ୟବହାର ଉପଯୋଗୀ କରିପାରିବେ।କରୋନା ମହାମାରୀ ମୁକାବିଲା ସମୟରେ ମାସ୍କ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଛି। ରକ୍ଷାବନ୍ଧନ ଭଳି ଏକ ଗୁରୁତ୍ବପୂର୍ଣ୍ଣ ଦିବସରେ କରୋନା ମହାମାରୀ ଠାରୁ ରକ୍ଷା ପାଇବା ପାଇଁ ମୁଖ୍ୟ ଅସ୍ତ୍ର ରୂପେ ବିବେଚିତ ମାସ୍କର ଉଭୟ ସକାରାତ୍ମକ ଏବଂ ନକାରାତ୍ମକ ଦିଗ ରହିଛି। ଗୋଟିଏ ମାସ୍କକୁ ସଫା ନକରି ବାରମ୍ବାର ବ୍ୟବହାର କରିବା ଦ୍ୱାରା ଏଥିରେ ବାୟୁ ଚଳାଚଳ ପାଇଁ ରହିଥିବା ସୁକ୍ଷ୍ମ ରନ୍ଧ୍ର ଗୁଡ଼ିକ ଧୁଳିକଣା ପୂର୍ଣ୍ଣ ହୋଇଥାଏ। ଏହି ଧୁଳିକଣା ପୂର୍ଣ୍ଣ ମାସ୍କକୁ ଅଧିକ ସମୟ ବ୍ୟବହାର କରିବା ଦ୍ୱାରା ନିଃଶ୍ୱାସରେ ଯାଉଥିବା ଜଳୀୟ ବାଷ୍ପ ସହ ମିଶି ଏକ ମୋଟା ଆସ୍ତରଣରେ ଆଚ୍ଛାଦିତ ହୋଇ ରହିଥାଏ। ଯେଉଁଠି ବିଭିନ୍ନ ପ୍ରକାର ବ୍ୟାକ୍ଟେରିଆ ଉତ୍ପନ୍ନ ହୁଅନ୍ତି। ଏହି ବ୍ୟାକ୍ଟେରିଆ ଯୁକ୍ତ ମାସ୍କ ମଧ୍ୟରେ ଶ୍ୱାସ ପ୍ରଶ୍ୱାସ ଯିବା ଦ୍ୱାରା ବ୍ୟବହାରକାରୀଙ୍କୁ ଶ୍ୱାସ ଜନିତ ରୋଗ ହୋଇପାରେ। ସମ୍ପ୍ରତି କରୋନା ମହାମାରୀ ସମୟରେ ଶ୍ୱାସ ଜନିତ ଏବଂ ଫୁସଫୁସ୍ ଜନିତ ରୋଗ ଘାତକ ହୋଇପାରେ। ତେଣୁ ମାସ୍କ ବ୍ୟବହାର ସମ୍ବନ୍ଧୀୟ ସଚେତନତା ଅତ୍ୟନ୍ତ ଜରୁରୀ। ଏହି ଚିନ୍ତାଧାରାକୁ ନେଇ ଆଗେଇ ଆସିଥିଲେ ସଂସ୍ଥାର ଅଧ୍ୟକ୍ଷ ଏବଂ ନିର୍ଦ୍ଦେଶକ ମାନେ । ରକ୍ଷାବନ୍ଧନ ଦିନ ଜୀବନ ରକ୍ଷାକାରୀ ମାସ୍କର ସଚେତନତା ବାଣ୍ଟିବା ପାଇଁ ଆଗଭର ହୋଇଥିବା ପ୍ରକାଶ କରିଛନ୍ତି ସଂସ୍ଥାର ଅନ୍ୟତମ ନିର୍ଦ୍ଦେଶକ ଦେବୀ ପ୍ରସାଦ ମହାପାତ୍ର ଏବଂ ସଂଗୀତା ଝା ।

Khansweb Solution Bhubaneswar

Leave A Reply

Your email address will not be published.