banner
Breaking

ରାଜ୍ୟରେ ଆଜି ପୁଣି ୧୪୩୪ ଆକ୍ରାନ୍ତ ଓ ୧୦ ମୃତ।

0

ଭୁବନେଶ୍ଵର ,୨/୮(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ପୁଣି ୧୪୩୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮୮୯ କ୍ବାରେଣ୍ଟାଇନ ସେଣ୍ଟରରୁ ରହିଥିବା ବେଳେ ୫୪୫ ଜଣ ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୪ ହଜାର ୯୧୩ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ରବିବାର ୨୯ଟି ଜିଲ୍ଲାରୁ ଚିହ୍ନଟ ମୋଟ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳରୁ ୯, ବାଲେଶ୍ୱରରୁ ୧୨, ବରଗଡ଼ ୫, ଭଦ୍ରକ ୨୫ , ବୌଦ୍ଧ ୫, କଟକ ୧୨୩,ଦେବଗଡ଼ ୨ ଢେଙ୍କାନାଳ ୧୩, ଗଜପତି ୯୧, ଗଞ୍ଜାମ ୩୨୦, ଜଗତସିଂହପୁର ୧୩, ଯାଜପୁର ୫୭,ଝାରସୁଗଡା ୬, କଳାହାଣ୍ଡି ୧୮, କନ୍ଧମାଳ ୪୪, କେନ୍ଦ୍ରାପଡା ୨୨, କେନ୍ଦୁଝର ୨, ଖୋର୍ଦ୍ଧା ୨୧୮, କୋରାପୁଟ ୧୨, ମାଲକାନଗିରି ୨୪, ମୟୁରଭଞ୍ଜ ୧, ନବରଙ୍ଗପୁର ୨, ନୟାଗଡ ୮, ନୂଆପଡା ୭, ପୁରୀ ୬୫, ରାୟଗଡା ୧୯୭, ସମ୍ବଲପୁର ୫୧, ସୋନପୁର ୬ ଓ ସୁନ୍ଦଗଡ଼ରୁ ୭୬ ଜଣ ଅଛନ୍ତି।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ରାଜ୍ୟରୁ ୫ ଲକ୍ଷ ୪୩ ହଜାର ୩୧୬ ଟି ନମୂନା ପରୀକ୍ଷଣ କରାଯାଇଥିବା ବେଳେ ୩୪ ହଜାର ୯୧୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୨୧ ହଜାର ୨୭୩ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୮୭ ଜଣ ଆକ୍ରାନ୍ତଙ୍କର କରୋନାରେ ମୃତ୍ୟୁ  ହୋଇଛି ଏବଂ ୩୭ ଜଣ ଆକ୍ରାନ୍ତଙ୍କ ଅନ୍ୟରୋଗ କାରଣରୁ ମୃତ୍ୟୁ ହୋଇଛି। ସେହିପରି ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୩ ହଜାର ୪୦୪ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।
ସେହିପରି ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଆଉ ୧୦ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୯୭କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ମୃତକଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ୪ ଜଣ (୫୭,୫୭ପୁ, ୯୪,୪୫ସ୍ତ୍ରୀ),ଖୋର୍ଦ୍ଧାରୁ ୨ ଜଣ(୫୮ପୁ,୬୦ସ୍ତ୍ରୀ),ଭୁବନେଶ୍ୱର ରୁ ୭୮ ବର୍ଷୀୟ ମହିଳା, ସୁନ୍ଦରଗଡ ଜିଲ୍ଲାରୁ ଜଣେ ୭୩ବର୍ଷୀୟ ପୁରୁଷ, ଯାଜପୁର ଜିଲ୍ଲାରୁ ୮୦ ବର୍ଷୀୟ ପୁରୁଷ ଏବଂ କଳାହାଣ୍ଡି ଜିଲ୍ଲାରୁ ଜଣେ ୬୨ ବର୍ଷୀୟ ପୁରୁଷ ରହିଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.