banner
Breaking

ପରିବା ହାଟରେ ସତର୍କ ରୁହନ୍ତୁ। ଲୋଭରେ କରୋନାକୁ ଘରକୁ ଆଣନ୍ତୁ ନାହିଁ।

0

ଭୁବନେଶ୍ୱର,୧ା୮(ବ୍ୟୁରୋ): ଶନିବାର ପୂର୍ବାହ୍ନରେ ବିଏମ୍‌ସି ସହ ସମସ୍ତ ହାଟ ବଜାର ସଂଘର ସଭାପତି ଓ ସମ୍ପାଦକଙ୍କ ସହ ବୈଠକ ଅନୁଷ୍ଠିତ ହୋଇଯାଇଛି। ଗୀତ ଗୋବିନ୍ଦ ସଦନରେ ଶନିବାର ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି ମାର୍କେଟରେ ବ୍ୟବସାୟୀମାନେ ଯଥା ସମ୍ଭବ ସମସ୍ତ ନିୟମ ମାନିବାକୁ ସହମତି ପ୍ରକାଶ କରିଛନ୍ତି। ଯଦି ବ୍ୟବସାୟୀଙ୍କ  ସହ ଗ୍ରାହକମାନେ ମଧ୍ୟ କଡ଼ାକଡ଼ି ଭାବେ କୋଭିଡ୍‌ ଗାଇଡଲାଇନ ପାଳନ କରିବେ ତାହେଲେ ଆମେ ସଫଳତାର ସହ କରୋନା ମୁକାବିଲା କରିବାରେ ସଫଳ ହେବା। ଦିନକୁ ଯଦି ଆମେ ୩ରୁ ୪ ଦିନ ପାଇଁ ପରିବା କିଣିବା ତାହେଲେ ମାର୍କେଟ ଭିଡ ହେବ ନାହିଁ। ସେହିଭଳି ଅନେକ ଜିନିଷ ଅନଲାଇନରେ ଅର୍ଡର ମଧ୍ୟ କରାଯାଇ ମାର୍କେଟରେ ଭିଡ କମ୍‌ କରାଯାଇପାରିବ। କରୋନା କାଳରେ ଅନଲାଇନ ପେମେଣ୍ଟ, ସପିଂ କରି ଲୋକେ ଆମକୁ ସାହାଯ୍ୟ କରିପାରିବେ। ତେଣୁ ଅନ୍‌ଲାଇନ୍‌ରେ କାରବାର କରନ୍ତୁ, ନଗଦ କାରବାର ଛାଡ଼ନ୍ତୁ ବୋଲି ସେ କହିଛନ୍ତି।
ସେ ଆହୁରି କହିଛନ୍ତି ଯେ ବଜାରକୁ ଯାଉଥିଲେ, ଭିଡରୁ ନିବୃତ୍ତ ରୁହନ୍ତୁ। ବର୍ତ୍ତମାନ ସମୟରେ ସଂକ୍ରମଣରୁ ବର୍ତ୍ତିବାକୁ ହେଲେ ଭିଡ଼ରୁ ଦୂରରେ ରହିବା ଭଲ। ଘରୁ ବାହାରକୁ ଗଲା ପରେ ମାସ୍କ ପିନ୍ଧିବାକୁ ଗୁରୁତ୍ୱ ଦିଅନ୍ତୁ, ସାମାଜିକ ଦୂରତା ନିୟମ ପାଳନ କରନ୍ତୁ। ଟଙ୍କା ବଞ୍ଚାଇବା ଆଳରେ ୧୦ ଦୋକାନକୁ ନ ଯାଇ ଗୋଟିଏ ଦୋକାନରୁ ସମସ୍ତ ସମାଗ୍ରୀ କିଣିବାକୁ ଚେଷ୍ଟା କରନ୍ତୁ। ଶସ୍ତାରେ ସାମଗ୍ରୀ କିଣିବା ଆଳରେ କରୋନା କିଣି ଘରକୁ ଆଣନ୍ତୁ ନାହିଁ।

Khansweb Solution Bhubaneswar

Leave A Reply

Your email address will not be published.