ଜଗତସିଂହପୁର,୨୯/୭(ଓଡ଼ିଆ ନ୍ୟୁଜ): ଆଜି ବିଶ୍ୱ ହେପାଟାଇଟିସ ଦିବସ ଅବସରରେ ଭିଡିଓ କନଫରେନ୍ସ ମାଧ୍ୟମରେ ଏକ ସଭା ଆହୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସ୍ଵାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ , ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ସଞ୍ଜୟ ଦାସବର୍ମା, ଜଗତସିଂହପୁର ସାଂସଦ ଡ଼ା ରାଜଶ୍ରୀ ମଲ୍ଲିକଙ୍କ ଏବଂ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଶ୍ରୀଯୁକ୍ତ ଗୋପବନ୍ଧୁ ଦାଶଙ୍କ ସହ ରାଜ୍ୟ ର କିଛି ପ୍ରମୁଖ ବିଶେଷଜ୍ଞ ଯୋଗଦେଇଥିଲେ। ଏହି ସଭାକୁ ଆୟୋଜନ କରିଥିଲେ ବିଶ୍ୱ ଓଡ଼ିଆ ମହାସଂଘ ର ସଭାପତି ଡ଼ା ସୁରେନ୍ଦ୍ରନାଥ ମହାପାତ୍ର ଏହି ସଭାରେ ହେପାଟାଇଟିସ ଉପରେ ଆଲୋଚନା ହେବା ସହିତ କୋରନା ସଚେତନତା ଏବଂ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା କାର୍ଯ୍ୟକ୍ରମ ଶେଷରେ ଯୁବ ସମାଜ ସେବୀ ଶ୍ରୀ ମାନସ ପଟ୍ଟନାୟକ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।




