banner
Breaking

ଶବ ସତ୍କାର ପାଇଁ ଜାରିହେଲା ମାର୍ଗଦର୍ଶକା।

0

ଭୁବନେଶ୍ବର,୨୫/୭(ଓଡ଼ିଆ ନ୍ୟୁଜ): କରୋନା​‌ରେ ମୃତ୍ୟୁ ବରଣ କରୁଥିବା ଲୋକ ମାନଙ୍କର ଶବ ସତ୍କାର କରିବା ନେଇ ନାନା ସମସ୍ୟା ଉପୁଜୁଛି। କେଉଁଠାରେ ଶବ ପଡିରହୁଛି ତ ଆଉ କେଉଁଠାରେ ଅତ୍ୟଧିକ ଲୋକ ଶବ ସତ୍କାର କରୁଛନ୍ତି।ବିଭିନ୍ନ ସମସ୍ୟାକୁ ନଜରରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଶବ ସତ୍କାର ସମ୍ବଦ୍ଧୀୟ ମାର୍ଗଦର୍ଶିକା ଜାରି କରାଯାଇଛି। କରୋନା ସଂକ୍ରମିତଙ୍କ ମୃତଦେହ ସତ୍କାର ନେଇ ସମସ୍ତ ଜିଲାପାଳ ଓ ମ୍ୟୁନିସପାଲ୍‌ କମିଶନରଙ୍କୁ ଏସ୍‌ଆର୍‌ସି ପ୍ରଦୀପ ଜେନା ଚିଠି ଲେଖିଛନ୍ତି। ସଂକ୍ରମିତଙ୍କ ମୃତ୍ୟୁ ପରେ ପରିବାରକୁ ହସ୍ତାନ୍ତର ନେଇ ସତର୍କତା ପରାମର୍ଶ। ସମ୍ମାନର ସହ ମୃତଦେହ ନେବାକୁ ଚିଠିରେ ଏସ୍‌ଆର୍‌ସି ଉଲ୍ଲେଖ କରିଛନ୍ତି। ମୃତଦେହ ନ ଛୁଇଁ ନିଜର ଧର୍ମୀୟ ବ୍ୟବସ୍ଥାରେ ସତ୍କାର ପାଇଁ ଅନୁମତି ଦେବାକୁ କହିଛନ୍ତି। ତେବେ ସଂକ୍ରମିତଙ୍କ ମୃତଦେହକୁ ଗାଧୋଇ ଦେବା, ଚୁମ୍ବନ, ଆଲିଙ୍ଗନ ଇତ୍ୟାଦି ସମ୍ପୂର୍ଣ୍ଣ ବାରଣ। ଶେଷକୃତ୍ୟ ପରେ ପରିବାର ସଦସ୍ୟଙ୍କୁ ଚିତାଭସ୍ମ ନେବାକୁ ଅନୁମତି। ପରିବାର ଶେଷକୃତ୍ୟରେ ଭାଗ ନ ନେଲେ, ସରକାରୀ ବ୍ୟବସ୍ଥାରେ ସତ୍କାର କରିବାକୁ ଏସ୍‌ଆର୍‌ସି ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.