ଭୁବନେଶ୍ୱର, ୨୨ା୭(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ଆଉ ୪୪୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଆରୋଗ୍ୟଙ୍କ ସଂଖ୍ୟା ୧୩୭୪୯କୁ ବୃଦ୍ଧି ପାଇଛି । ଖୋର୍ଦ୍ଧାରୁ ସର୍ବାଧିକ ୮୩, ଗଞ୍ଜାମରୁ ୬୮, ବାଲେଶ୍ୱରରୁ ୪୯, ମାଲକାନଗିରିରୁ ୪୦, ଜଗତସିଂହପୁରରୁ ୨୩, ଭଦ୍ରକରୁ ୨୧, ମୟୁରଭଞ୍ଜରୁ ୨୦, କୋରାପୁଟରୁ ୧୮, ପୁରୀରୁ ୧୭, ଝାରସୁଗୁଡ଼ାରୁ ୧୨, କେନ୍ଦୁଝରରୁ ୧୨, ନବରଙ୍ଗପୁରରୁ ୧୨, କଟକରୁ ୧୧, ବରଗଡ଼ରୁ ୧୦, ଯାଜପୁରରୁ ୯, ଅନୁଗୁଳରୁ ୯, କେନ୍ଦ୍ରାପଡ଼ାରୁ ୬, ସୁନ୍ଦରଗଡ଼ରୁ ୬, ବଲାଙ୍ଗୀରରୁ ୫, ସମ୍ବଲପୁରରୁ ୫, ନୟାଗଡ଼ରୁ ୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।




