banner
Breaking

ରାଜ୍ୟରେ ୧୦୦ ପାରହେଲା ମୃତ୍ୟୁ ସ°ଖ୍ୟା। ଆଜି ପୁଣି ୬୧୮ ପଜିଟିଭ ଚିହ୍ନଟ।

0

ଭୁବନେଶ୍ବର ,୧୫/୭(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ପୁଣି ୬୧୮ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪ ହଜାର ୮୯୮ ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୪୧୧ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଏବଂ ୨୦୭ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
୨୨ଟି ଜିଲ୍ଲାରୁ ଚିହ୍ନଟ ହୋଇଥିବା ୬୧୮ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମ ଜିଲାରୁ ସର୍ବାଧିକ ୨୮୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳରୁ ୧୪, ବାଲେଶ୍ୱରରୁ ୬୧ , ଭଦ୍ରକରୁ ଜଣେ, ବଲାଙ୍ଗୀରରୁ ୨, ବୌଦ୍ଧରୁ ୨, କଟକରୁ ୧୬, ଢେଙ୍କାନାଳରୁ ୨,  ଗଜତସିହଂପୁରରୁ ୨୬ , ଯାଜପୁରରୁ ୫, ଝାରସୁଗୁଡାରୁ ଜଣେ, କେନ୍ଦ୍ରାପଡାରୁ ୯, କେନ୍ଦୁଝରରୁ ୫, ଖୋର୍ଦ୍ଧାରୁ ୧୦୭, କୋରାପୁଟରୁ ଜଣେ, ମାଲକାନଗିରିରୁ ୧୩, ମୟୁରଭଞ୍ଜରୁ ୧୩, ନୟାଗଡରୁ ୧୫, ପୁରୀରୁ ୫, ରାୟଗଡାରୁ ଜଣେ, ସମ୍ବଲପୁରରୁ ୧୦, ସୁନ୍ଦରଗଡରୁ ୧୫ ଜଣ ଚିହ୍ନଟ ହୋଇଛନ୍ତି ।


ସେହିପରି ରାଜ୍ୟରେ ଆଜି ଆଉ ୩ ଜଣଙ୍କ ମୁଣ୍ଡ ନେଇଛି ମହାମାରୀ କରୋନା। ଅନ୍ୟ ରୋଗରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୃତ୍ୟୁ ସ°ଖ୍ୟା ୧୦୦ ପାର ହୋଇଛି। ସେମାନଙ୍କ ମଧ୍ୟରେ କରୋନାରେ ୭୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ରୋଗରେ ୨୪ ଜଣଙ୍କ ମୃତ୍ୟୁ ଘଟିଛି। ବୁଧବାର ମୃତ୍ୟୁ ବରଣ କରିଥିବା ୩ ଜଣଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନାରେ ମୃତକଙ୍କ ସଂଖ୍ୟା ୭୭ରେ ପହଞ୍ଚଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ ଜରିଆରେ ସୂଚନା ଦିଆଯାଇଛି।
ବୁଧବାର ମୃତ୍ୟୁବରଣ କରିଥିବା ୩ ମୃତଙ୍କ ମଧ୍ୟରେ ଜଣେ ଭୁବନେଶ୍ୱରର ଓ ୨ଜଣ ଗଞ୍ଜାମ ବୋଲି ଜଣାପଡିଛି । ଭୁବନେଶ୍ୱରର ମୃତ୍ୟୁ ବରଣ କରିଥିବା ଆକ୍ରାନ୍ତଙ୍କ ବୟସ ୭୨ବର୍ଷ ଓ ସେ ପୁରୁଷ ବୋଲି ଜଣପଡିଛି । ସେହିପରି ଗଞ୍ଜାମ ଜିଲାରୁ ଜଣେ ୮୬ବର୍ଷୀୟ ବୃଦ୍ଧ ହୋଇଥିବା ବେଳେ ଆଉ ଜଣେ ୬୫ବର୍ଷୀୟ ପୁରୁଷ ବୋଲି ଜଣାପଡିଛି ।
ସେହିପରି ରାଜ୍ୟରୁ ବୁଧବାର ଦୁଇ ଜଣ କରୋନା ଆକ୍ରାନ୍ତଙ୍କ ଅନ୍ୟ ରୋଗ କାରଣରୁ ମୃତ୍ୟୁ ହୋଇଛି। ମୃତ୍ୟୁ ବରଣ କରିଥିବା ଦୁଇ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ଖୋର୍ଦ୍ଧା ଜିଲାରୁ ହୋଇଥିବା ବେଳେ ଜଣେ ଗଞ୍ଜାମ ଜିଲାର ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩ ଲକ୍ଷ ୫୩ ହଜାର ୮୨୪ ଟି ନମୂନା ପରୀକ୍ଷଣ କରାଯାଇଥିବା ବେଳେ ୧୪ ହଜାର ୮୯୮ ଜଣ ଆକ୍ରାନ୍ତଙ୍କ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୯ ହଜାର ୮୬୪ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭୭ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି ଏବଂ ୨୪ ଜଣ କରୋନା ଆକ୍ରାନ୍ତଙ୍କ ଅନ୍ୟ ରୋଗ କାରଣରୁ ମୃତ୍ୟୁ ହୋଇଛି। ସେହିପରି ବର୍ତ୍ତମାନ ୪ ହଜାର ୯୩୩ ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.