banner
Breaking

ରକ୍ତଦାନ ଶିବିର ଅନୁଷ୍ଠିତ।

0

ଜଗତସିଂହପୁର,୧/୭(ଓଡ଼ିଆ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକର କୁଞ୍ଜକୋଠି ପଞ୍ଚାୟତର ନୀଳକଣ୍ଠେଶ୍ଵର ହାଇସ୍କୁଲ ପଡିଆ କନାଗୁଳି ଠାରେ ବିଶ୍ଵ ଓଡ଼ିଆ ମହାସଂଘ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଚନ୍ଦନ ମଲ୍ଲିକ ଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିର ରେ ବିଶ୍ଵ ଓଡ଼ିଆ ମହାସଂଘ ର ସଭାପତି ଡ଼ ସୁରେନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ ।ସାମାଜିକ ଦୂରତା ମଧ୍ୟରେ ଅନୁଷ୍ଠିତ ଏହି ଶିବିରରେ ସର୍ବମୋଟ ୪୦ ୟୁନିଟ୍ ରକ୍ତ ସଂଗ୍ରହୀତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ,ବିଭୁନା ସାମଲ,ବିନୋଦ କୁମାର ରାଉଳ,ସର୍ବେଶ୍ଵର ମାଝୀ,ପିଙ୍କୁ ସାମଲ,ବିକ୍ରମ ସେଠୀ
,ଆଲୋକ ନାୟକ,ରମାକାନ୍ତ ଖଣ୍ଡୁଆଳ, ଉମେଶ ଚନ୍ଦ୍ର ବାରିକ,ଶିବ ଶଙ୍କର ଜେନା,ହାକିମ ବାବୁ,ପିତାମ୍ବର ଦାସ,ସୁବ୍ରତ ମହାପାତ୍ର,ସମୀର ଦାସ ପ୍ରମୁଖ ଯୋଗ ଦେଇ ରକ୍ତଦାନ ଶିବିରକୁ ପରିଚାଳନା କରିଥିଲେ । ରାଜ୍ୟରେ କରୋନା ପରିସ୍ଥିତିରେ ରକ୍ତର ଘୋର ଅଭାବ ଦେଖାଦେଇଛି।ଏଭଳି ରକ୍ତଦାନ ଶିବିର ଦ୍ବାରା ସ°ଗୃହୀତ ରକ୍ତରେ ଅନେକ ଜୀବନ ବଞ୍ଚି ପାରୁଛି।

Khansweb Solution Bhubaneswar

Leave A Reply

Your email address will not be published.