ଭୁବନେଶ୍ୱର,୨୧।୬(ଓଡ଼ିଆ ନ୍ୟୁଜ): ଭୁବନେଶ୍ୱରରେ କରୋନା ମାଡି ମାଡି ଚାଲିଛି। ପ୍ରଥମ ପର୍ଯ୍ୟାୟରେ କିଛି ଏରିଆ ଭିତରେ ସୀମିତ ଥିବା କରୋନା ଏବେ କଲୋନୀ,ଗାଁ, ବସ୍ତି ଚାରିଆଡେ ବ୍ୟାପିପାରେ ଲାଗିଲାଣି। ଗତ ୧୫ ଦିନ ଭିତରେ କ୍ରମାଗତ ଭାବରେ ୨୨ ଟି ସ୍ଥାନରେ କାୟା ବିସ୍ତାର କରିଛି। ବିଶେଷକରି ଚନ୍ଦ୍ରଶେଖରପୁର ଅଞ୍ଚଳରେ ହୁହୂ ହୋଇ ବଢିବାରେ ଲାଗିଛି।କାରଣ ଲକ୍ଡାଉନ୍ ହଟିବା ପରେ ଭୁବନେଶ୍ୱରକୁ ସମସ୍ତଙ୍କର ଅବାଧ ପ୍ରବେଶ ଚାଲିଛି। ବିଶେଷକରି ପଶ୍ଚିମବଙ୍ଗ ଶ୍ରମିକଙ୍କ ଧାଡ଼ି ଛୁଟୁଛି। ଏବେ ସହରରେ ନିର୍ମାଣ ଓ ଅନ୍ୟ କାମଧନ୍ଦା ଆରମ୍ଭ ହୋଇଥିବାରୁ କଣ୍ଟ୍ରାକ୍ଟରମାନେ ପଶ୍ଚିମବଙ୍ଗରୁ ଶ୍ରମିକଙ୍କୁ ଆଣି କାମରେ ଲଗାଉଛନ୍ତି। ଫଳରେ ସବୁଆଡେ ପଶ୍ଚିମବଙ୍ଗ ଶ୍ରମିକ ଖୁନ୍ଦି ହୋଇଗଲେଣି। ପଶ୍ଚିମବଙ୍ଗରେ କରୋନା ହୁହୁ ହୋଇ ମାଡ଼ି ଚାଲିଥିବାରୁ ଏହି ଶ୍ରମିକଙ୍କ ମଧ୍ୟରେ କିଏ ସଂକ୍ରମିତ ତାହା ଜାଣିବା ମୁସ୍କିଲ୍। ଗୋଟିଏ ପକ୍ଷରେ ଏମାନଙ୍କ ପାଇଁ ଭୁବନେଶ୍ୱରରେ ସଂକ୍ରମଣ ବୃଦ୍ଧି ପାଇବା ଆଶଙ୍କା ରହୁଥିବାବେଳେ ଅନ୍ୟପକ୍ଷରେ ଫେରି ବେପାର କରୁଥିବା ବଙ୍ଗାଳି ମାନେ କଲୋନୀ କଲୋନୀ ସାହି ସାହି ବୁଲି ପସରା ମେଲେଇ ବେପାର ଆରମ୍ଭ କରିଦେଇଛନ୍ତି। ସେଥିପ୍ରତି କାହାରି ନିଘା ନାହିଁ। ପୋଲିସ ପ୍ରଶାସନ ଓ ବିଏମସି ଉଭୟ ଜଗିଥିଲା ବେଳେ ମୁଗୁରା ପଛ ମୋଲା ହେଲାଣି ବୋଲି ଜନସାଧାରଣରେ ପ୍ରଶ୍ନ ଉଠୁଛି। ଏବେଠାରୁ ସାବଧାନ ନହେଲେ ଆଗାମୀ ଦିନରେ ଭୟଙ୍କର କରୋନା ବିସ୍ଫୋରଣ ନହେବ ବୋଲି କହିହେବ ନାହିଁ। ଏଣୁ ସଚେତନ ଓ ସତର୍କତା ଅବଲମ୍ବନ କରିବା ନିହାତି ଆବଶ୍ୟକ।
Breaking
ଓଡିଶାରେ ଡିଜିଟାଲ ମିଡ଼ିଆ ଓନର୍ସ ଆସୋସିଏସନ୍ ଗଠିତ, ଭୁବନେଶ୍ୱର ଠାରେ ଲୋଗୋ ଉନ୍ମୋଚିତ, ସମସ୍ତ ମାଲିକ ଓ ସମ୍ପାଦକ ସାମିଲ ହେବାକୁ ଆହ୍ୱାନକୋକା-କୋଲା ୧୨ ବର୍ଷ ପରେ ଭାରତକୁ ଆଇକନିକ୍ ଫିଫା ବିଶ୍ୱକପ୍ ଟିଏମ ଟ୍ରଫି ଆଣିଛିରୋଟାରୀ କ୍ଳବ୍ ଅଫ୍ ଭୁବନେଶ୍ୱର ରୟାଲ ପକ୍ଷରୁ କମ୍ବଳ ବଣ୍ଟନଟାଟା ମୋଟର୍ସ ନବୀକରଣତା, ସାହାଯ୍ୟକାରୀତା ଏବଂ ବୁଦ୍ଧିମତା ଚଳମାନ ସମାଧାନ ସହିତ ଏହାର ଗତିପଥକୁ ଏକ୍ସକନ ୨୦୨୫ରେ ଆଗକୁ ବଢ଼ାଇପାରିଛିଭୁବନେଶ୍ୱର ଅଗ୍ରଣୀ ଓଡ଼ିଶାର ବୈଷୟିକୀ ବିପ୍ଳବକୁ ଆଗକୁ ବଢ଼ାଇଛି ଯେତେବେଳେକି ଏଆଇ ଏବଂ ଡ଼ିଜିଟାଲ ବ୍ୟାକିଙ୍ଗ ଏସଏମଇ ଭିତିଭୂମିକୁ ପୁନଃରୂପରେଖ ପ୍ରଦାନ କରିଛି: କୋଟାକ୍
