banner
Breaking

ଭୁବନେଶ୍ୱରରୁ ପୁଣି ୧୬ ପଜିଟିଭ ଚିହ୍ନଟ।

0

ଭୁବନେଶ୍ୱର,୧୪/୬(ଓଡ଼ିଆ ନ୍ୟୁଜ):ଭୁବନେଶ୍ୱରରୁ ଆଜି ପୁଣି ୧୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୪ ଜଣ ହୋମ୍ କ୍ୱାରେଣ୍ଟିନରେ ଥିବାବେଳେ ୨ଟି ଲୋକାଲ କେସ୍ ରହିଛି। ଏ ନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଟ୍ୱିଟ୍‌ କରାଯାଇ ସୂଚନା ଦିଆଯାଇଛି। ସେମାନଙ୍କ ମଧ୍ୟରେ ପଟିଆ ଶ୍ରୀବିହାରର ଗୋଟିଏ ପରିବାରରୁ ୩ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଜୟଦେବ ବିହାର ବିଜୁ ପଟ୍ଟନାୟକ କଲେଜ ନିକଟ ଗୋଟିଏ ପରିବାରରୁ ୨ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ୟୁନିଟ୍‌-୪ ଶାସ୍ତ୍ରୀ ନଗରର ଗୋଟିଏ ପରିବାରରୁ ୨ଜଣ, ଡୁମୁଡୁମା ଫେଜ୍-୧ରୁ ଜଣେ, କଳିଙ୍ଗ ବିହାର ଶୈଳବାଳା ଏନ୍‌କ୍ଲେଭ୍‌ ନିକଟରୁ ଜଣେ, ସତ୍ୟ ନଗରରୁ ଜଣେ, ନୟାପଲ୍ଲୀ ସବର ସାହିରୁ ଜଣେ, ରସୁଲଗଡ଼ ନେତାଜୀ ବିହାରରୁ ଜଣେ, ଯଦୁପୁରରୁ ଜଣେ ଓ ୟୁନିଟ୍‌-୩ରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସେହିପରି ଲୋକାଲ୍‌ କଣ୍ଟାକ୍ଟସ୍‌ କେସ୍‌ରେ ପଳାଶୁଣି କପିଳେଶ୍ୱର ବିହାରରୁ ଜଣେ ଓ ଏକ ଘରୋଇ ହସ୍ପିଟାଲ୍‌ର ଜଣେ କର୍ମଚାରୀ ଅଛନ୍ତି।
ଭୁବନେଶ୍ୱରେ କରୋନା ଆକ୍ରାନ୍ତଙ୍କ ୧୨୨ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୫୮ଜଣ ଚିକିତ୍ସାଧୀନ ଥିବାବେଳେ  ୬୦ଜଣ ସୁସ୍ଥ ହୋଇଛନ୍ତି। ତେବେ ୩ଜଣଙ୍କ ମୃତ୍ୟୁ ଘଟିଛି।

Khansweb Solution Bhubaneswar

Leave A Reply

Your email address will not be published.