banner
Breaking

ଭୁବନେଶ୍ୱରରେ ପୁଣି ମାତିଲା କରୋନା। ତିନିଦିନରେ ୧୦ ଲୋକାଲ୍ କେସ୍।

0

ଭୁବନେଶ୍ୱର,୬/୬(ଓଡ଼ିଆ ନ୍ୟୁଜ): ଭୁବନେଶ୍ୱରରେ ପୁଣି ମାତିଲାଣି କରୋନା। ରାଜ୍ୟରେ ପ୍ରଥମ କରୋନା ଆକ୍ରାନ୍ତ ମାର୍ଚ୍ଚ ୧୫ ରେ ଭୁବନେଶ୍ୱରରୁ ଚିହ୍ନଟ ହୋଇଥିଲା । ଏହା ପରେ ହୁହୁ ହୋଇ ବଢିଚାଲି ରାଜଧାନୀ ବାସୀଙ୍କ ମନରେ କୋକୁଆ ଭୟ ସୃଷ୍ଟି କରିଥିଲା। ରାଜ୍ୟ ସରକାରଙ୍କ ତରଫରୁ ଦୃଢ଼ ପଦକ୍ଷେପ ସ୍ବରୂପ ଲକଡାଉନ, ସଟଡାଉନ, କଣ୍ଟେନମେଣ୍ଟ ଓ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରାଯିବା ପରେ ଏହା ନିୟନ୍ତ୍ରଣକୁ ଆସିଥିଲା। କିନ୍ତୁ କିଛି ଦିନର ନିରବତା ପରେ ପୁଣି ମାତିଛି କରୋନା। ଗତ ତିନିଦିନ ଧରି କ୍ରମାଗତ ଭାବେ ବୃଦ୍ଧି ପାଉଛି। ଯାହା ରାଜଧାନୀ ବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।
ଗୁରୁବାର ୪ ,ଶୁକ୍ରବାର ୧୩ ଓ ଆଜି ରାଜଧାନୀରୁ ପୁଣି ୫ଜଣ କରୋନା ପଜିଟିଭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଶନିବାର ଏହି ୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ଏମାନଙ୍କ ମଧ୍ୟରୁ ୪ଜଣ କ୍ୱାରେଣ୍ଟାଇନରେ ରହିଥିବା ବେଳେ ଜଣେ ସ୍ଥାନୀୟ ବ୍ୟକ୍ତି ରହିଛନ୍ତି । ଏନେଇ ଭୁବନେଶ୍ୱର ମହାନଗର ନିଗମ ଟ୍ୱିଟ କରି ସୂଚନା ଦେଇଛି ।ଚିହ୍ନଟ ହୋଇଥିବା ସମ୍ପୃକ୍ତ ବ୍ୟକ୍ତିଙ୍କ ମଧ୍ୟରେ ଜଣେ ଆକ୍ରାନ୍ତ ଡୁମଡୁମା ଅଞ୍ଚଳରୁ ରହିଛନ୍ତି ଯିଏକି ପଶ୍ଚିମବଙ୍ଗ ଫେରନ୍ତା, ସେହିପରି ଓଲ୍ଡ ଟାଉନ୍‌ରୁ ଜଣେ ଆକ୍ରାନ୍ତ ରହିଛନ୍ତି  ଯିଏକି ଗୁଜରାଟରୁ ଫେରିଥିଲେ । ସେହିପରି ଘାଟିକିଆରୁ ଅଞ୍ଚଳରୁ ଜଣେ ଆକ୍ରାନ୍ତ ରହିଛନ୍ତି, ଯିଏ ନିକଟରେ ପଶ୍ଚିମବଙ୍ଗରୁ ଫେରିଥିଲେ । ଏତତ୍ ବ୍ୟତୀତ ପୋଖରୀପୁଟରୁ ମଧ୍ୟ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେ ଦିଲ୍ଲୀରୁ ଫେରିଥିଲେ । ଏହାସହ ରାଜଧାନୀରେ ଜଣେ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ସଂକ୍ରମିତ ଜଣଙ୍କ ହେଉଛନ୍ତି ଗଜପତିନଗର ଅଞ୍ଚଳର । ତେବେ ଆଜି ଚିହ୍ନଟ ହୋଇଥିବା ଏହି ୫ ଜଣଙ୍କ ମଧ୍ୟରେ ଜଣେ ଆସିଷ୍ଟାଣ୍ଟ ପ୍ରଫେସର ଓ ଜଣେ ସିଆଇଏସ୍‌ଏଫ୍ ଯବାନ ଥିବା ବିଏମ୍‌ସି ସୂଚନା ଦେଇଛି ।
ଏହାକୁ ମିଶାଇ ଭୁବନେଶ୍ୱରରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୬ରେ ପହଂଚିଛି । ସୁସ୍ଥ ସଂଖ୍ୟା ୫୧, ମୃତ୍ୟୁ ୩ ଏବଂ ଆକ୍ଟିଭ କେସ୍ ୩୨ ରହିଛି ।
ବର୍ତ୍ତମାନ ବେଶି ଚିନ୍ତା ବଢାଇଛି ଲୋକାଲ୍ କେସ ଗୁରୁବାରେ ଏମ୍ସ , ଆଇଗିଣିଆ ଓ ଡୁମୁଡୁମା ୩ଜଣ ଚିହ୍ନଟ ହୋଇଥିଲେ। ଗତକାଲି ଭୁବନେଶ୍ୱର ୟୁନିଟ-୪ ଅଞ୍ଚଳରୁ ୨ ଲୋକାଲ କେସ୍‌ ଚିହ୍ନଟ ହୋଇଛନ୍ତି। ସେହିଭଳି ଡୁମ୍‌ଡୁମା, ସାଲିଆ ସାହି, ଆଇଗିଣିଆ ଓ ଲକ୍ଷ୍ମୀସାଗରରୁ ଜଣେ ଲେଖାଏ ଲୋକାଲ କେସ୍‌ ରହିଥିବା ବେଳେ ଆଜି ଗଜପତି ନଗରରୁ ଜଣେ ଚିହ୍ନଟ ହୋଇଛନ୍ତି। ତିନିଦିନରେ ୧୦ ଲୋକାଲ୍ କେସ୍ ପ୍ରଶାସନର ନିଦ ହଜାଇ ଦେଇଛି।

Khansweb Solution Bhubaneswar

Leave A Reply

Your email address will not be published.