ନୀଳାଦ୍ରି ବିହାର ବରିଷ୍ଠ ନାଗରିକ ଟ୍ରଷ୍ଟ ପକ୍ଷରୁ ୭୯ତମ ସ୍ୱାଧୀନତା ଦିବସ ପାଳିତ

ଭୁବନେଶ୍ୱର,୧୫।୮ ନୀଳାଦ୍ରିବିହାର ବରିଷ୍ଠ ନାଗରିକ ଟ୍ରଷ୍ଟ ପକ୍ଷରୁ ୭୯ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଯୁବନେତା ମନୋଜ କୁମାର ସାହୁ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ । ଟ୍ରଷ୍ଟର ସଭାପତି ତଥା ପୂର୍ବତନ ସେନା ଅଧିକାରୀ ସାଧୁ ଚରଣ ସାମନ୍ତରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ସମ୍ମାନୀତ ଅତିଥି ଭାବେ ଲେଡିଜ୍ କ୍ଲବ୍‌ର ସଭାପତି ଉଷାରାଣୀ ସେଠୀ ଯୋଗଦେଇ ସ୍ୱାଧୀନତା ସଂଗ୍ରାମରେ ମହିଳା ମାନଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ । ସାଧାରଣ ସମ୍ପାଦକ ବଂଶୀଧର ସେଠୀ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲାବେଳେ ଅର୍ଥନୈତିକ ସମ୍ପାଦକ ମାନଗୋବିନ୍ଦ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ସ୍ଥାନୀୟ ଅଂଚଳର ବହୁ ବରିଷ୍ଠ ନାଗରିକ ଉପସ୍ଥିତ ଥିଲେ ।