banner
Breaking

5 ଟି ମନ୍ତ୍ର ପ୍ରଭାବ, ପୁଣି ବିଦାହେଲେ ୪ ଅଧିକାରୀ।

0

ଭୁବନେଶ୍ୱର, ୧୧ା୧ (ବ୍ୟୁରୋ): ରାଜ୍ୟ ସରକାର ୪ ଜଣ ସରକାରୀ କର୍ମଚାରୀଙ୍କୁ ସେମାନଙ୍କ ଚାକିରିରୁ ବହିଷ୍କାର କରିଛନ୍ତି। ଏହି ଅଧିକାରୀମାନେ ହେଉଛନ୍ତି-ଯାଜପୁର ଜିଲା ଦଶରଥପୁର ବ୍ଲକରେ ଜଳସମ୍ପଦ ବିଭାଗରେ କାର୍ଯ୍ୟରତ ଏଇଇ ସଞ୍ଜୟ କୁମାର ଚୌଧୁରୀ। ବାଲେଶ୍ୱର ଜିଲାର ଜିଲା ଶିଳ୍ପ କେନ୍ଦ୍ରର ଜିଏମ୍‌ ତଥା ଏକ୍ସ ସୁପରଭାଇଜର(ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ)ର ପ୍ରଦୀପ କୁମାର ରାୟ, କଟକ ଜିଲା ବାଙ୍କୀ ବ୍ଲକର ପୂର୍ବତନ ଯନ୍ତ୍ରୀ ବିଜ୍ଞାନ କୁମାର ବେହୁରିଆ ଏବଂ ନିମାପଡା ବିଜ୍ଞାପିତ ପରିଷଦ ଏକ୍ସ ଜେଇ(ପିଏଚ୍‌) ତଥା ରାୟଗଡାରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗରେ କାର୍ଯ୍ୟରତ ଅମିୟ କୁମାର ସେଠୀ। ସେହିଭଳି ୨ ଜଣ ଅଧିକାରୀଙ୍କୁ ସରକାରୀ ଚାକିରିରୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ସେମାନେ ହେଉଛନ୍ତି- ବରଗଡ ଜିଲା ଆରଡବ୍ଲ୍ୟୁ ଏସ୍‌ଏସ୍‌ ଡିଭିଜନ୍‌ର ସହାୟକ ଯନ୍ତ୍ରୀ ନାରାୟଣ ତିଆଡି ଏବଂ ଦୀର୍ଘଦିନ ଧରି କାର୍ଯ୍ୟରେ ଅନୁପସ୍ଥିତ ଥିବା ସହାୟକ ଯନ୍ତ୍ରୀ ଜ୍ଞାନେନ୍ଦ୍ର ପଟେଲକୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ଓଡ଼ିଶା ପ୍ରଶାସନରେ ସ୍ବଚ୍ଛତା ଆଣିବା ପାଇଁ ବିଭିନ୍ନ ଅଭିଯୋଗ ଆଧାରରେ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଦତ୍ତ ୫-ଟି ମନ୍ତ୍ର ପ୍ରଭାବ ଏହା ଉପରେ ଦେଖିବାକୁ ମିଳିଛି।

Khansweb Solution Bhubaneswar

Leave A Reply

Your email address will not be published.