banner
Breaking

ନୃସିଂହନାଥ ମନ୍ଦିର ବୁଲିଲେ ୫ଟି ସଚିବ।

0

ବରଗଡ଼,୩।୨: ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ୫-ଟି ସଚିବ ଭି.କେ.ପାଣ୍ଡିଆନ,ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଅସିତ କୁମାର ତ୍ରିପାଠୀ, ଜଳସମ୍ପଦ ବିଭାଗ ସଚିବ ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଆର୍‌.ଭିନିଲ କ୍ରିଷ୍ଣା ବୁଧବାର ବରଗଡ଼ ଜିଲାର ନୃସିଂହନାଥ ମନ୍ଦିର ପରିଦର୍ଶନ କରିଥିଲେ। ନୃସିଂହନାଥଙ୍କୁ ଦର୍ଶନ କରି ସେବାୟତଙ୍କ ସହିତ ମନ୍ଦିରର ସୁବିଧା, ଅସୁବିଧା ଉପରେ ଆଲୋଚନା କରିଥିଲେ। ପରେ ସ୍ଥାନୀୟ ଅତିଥି ବିହାର ପରିସରରେ ସ୍ଥାନୀୟ ପ୍ରଶାସନ, ମନ୍ଦିର ପରିଚାଳନା କମିଟି ସଦସ୍ୟ, ସେବାୟତଙ୍କ ସହିତ ଆଲୋଚନା କରିଥିଲେ। ଆଲୋଚନାରେ ନୃସିଂହନାଥ ମନ୍ଦିରର ଉନ୍ନତୀକରଣ, ପର୍ଯ୍ୟଟନସ୍ଥଳୀର ବିକାଶକୁ ଗୁରୁତ୍ୱ ଦିଆଯାଇଥିଲା। ପୁରୀ ଶ୍ରୀମନ୍ଦିର, ଲିଙ୍ଗରାଜ ମନ୍ଦିର ବିକାଶ ଯେଭଳି ଚାଲିଛି ନୃସିଂହନାଥ ମନ୍ଦିରର ଅନୁରୂପ ବିକାଶ ଏବଂ ସୌନ୍ଦର୍ଯ୍ୟକରଣ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ମହାପାତ୍ର ସୂଚନା ଦେଇଥିଲେ। ଆଲୋଚନା ବେଳେ ବରଗଡ଼ ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ, ଏସ୍‌ପି ପଦ୍ମିନୀ ସାହୁ, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ କୃତିବାସ ରାଉତ, ପଦ୍ମପୁର ଉପଜିଲାପାଳ ତନ୍ମୟ କୁମାର ଦରୱାନ, ମନ୍ଦିର ଟ୍ରଷ୍ଟି ତଥା ପାଇକମାଲ ବିଡ଼ିଓ ସୁରେନ୍ଦ୍ର ମେହେର, ତହସିଲଦାର ମନୋଜ ମେହେର, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ, ନାଗରିକ କମିଟି ସଭାପତି ମନୋଜ ତ୍ରିବେଦୀ ପ୍ରମୁଖ ଉପସ୍ଥିତ ଥିଲେ ।
ହେଲିକପ୍ଟର ଯୋଗେ ଆସି ମୁଖ୍ୟ ଶାସନ ସଚିବଙ୍କ ସମେତ ଉପରୋକ୍ତ ସଚିବମାନେ ସତୀଭଟା ଏୟାରଷ୍ଟ୍ରିପରେ ପୂର୍ବାହ୍ନ ପ୍ରାୟ ୧୦ଟାରେ ପହଞ୍ଚିଥିଲେ। ସେଠାରୁ କଡ଼ା ସୁରକ୍ଷା ବଳୟରେ କାର୍‌ ଯୋଗେ ସେମାନେ ନୃସିଂହନାଥକୁ ଯାଇଥିଲେ।

Khansweb Solution Bhubaneswar

Leave A Reply

Your email address will not be published.