banner
Breaking

ନୂଆ ବର୍ଷରେ ଆସିବ ୫ଜି ସେବା

0

ନୂଆଦିଲ୍ଲୀ, ୨୮।୧୨: ଆସନ୍ତା ୨୦୨୨ରେ, ଭାରତୀୟମାନେ ୫-ଜି ଉପହାର ପାଇବାକୁ ଯାଉଛନ୍ତି। ଟେଲି ଯୋଗାଯୋଗ ବିଭାଗ କହିଛି ଯେ ୫-ଜି ଇଣ୍ଟରନେଟ ସେବାର ପରୀକ୍ଷା ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଏବଂ ଏହା ୨୦୨୧ ଡିସେମ୍ବର ୩୧ ସୁଦ୍ଧା ଶେଷ ହେବ ବୋଲି ଆଶା କରାଯାଉଛି। ୨୦୨୨ରେ ଦେଶରେ ଏହି ସେବା ଆରମ୍ଭ ହେବ ବୋଲି ବିଭାଗ କହିଛି। ସର୍ବପ୍ରଥମେ, ଦେଶର ୧୩ ଟି ସହରରେ ୫-ଜି ସେବା ଆରମ୍ଭ ହେବ। ବିଭାଗ ପକ୍ଷରୁ ଏହି ୧୩ ଟି ସହରର ତାଲିକା ମଧ୍ୟ ପ୍ରକାଶ କରାଯାଇଛି।

ଟେଲି ଯୋଗାଯୋଗ ବିଭାଗ (ଡଟ୍‌) ଏକ ସରକାରୀ ବିବୃତ୍ତିରେ କହିଛି ଯେ ଏୟାରଟେଲ, ଜିଓ ଏବଂ ଭୋଡାଫୋନ ଆଇଡିଆ ସମେତ ଅନ୍ୟ ଟେଲିକମ ସେବା ପ୍ରଦାନକାରୀ କମ୍ପାନୀ ଗୁରୁଗ୍ରାମ, ବେଙ୍ଗାଲୁରୁ, କୋଲକାତା, ମୁମ୍ବାଇ, ଚଣ୍ଡିଗଡ଼, ଦିଲ୍ଲୀ, ଜାମନଗର, ଅହମଦାବାଦ, ଚେନ୍ନାଇ, ହାଇଦ୍ରାବାଦ, ଲକ୍ଷ୍ନୌ, ପୁଣେ, ଗାନ୍ଧିନଗର ଆଦି ସହରରେ ୫-ଜି ପରୀକ୍ଷା କରି ଟ୍ରାଏଲ୍‌ ସାଇଟ ସେଟଅପ କରିଛନ୍ତି। ଆସନ୍ତା ବର୍ଷ ଏହି ମେଟ୍ରୋ ଏବଂ ବଡ ସହରରେ ୫-ଜି ସେବା ପ୍ରଥମେ ଆରମ୍ଭ ହେବ। ବିଭାଗ ଅନୁଯାୟୀ ଏହି ପରୀକ୍ଷା ପ୍ରକଳ୍ପ ପାଇଁ ୨୨୪ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

ଡଟ୍‌ ଅନୁଯାୟୀ, ମାର୍ଚ୍ଚ-ଏପ୍ରିଲ ୨୦୨୨ରେ ୫-ଜି ସ୍ପେକ୍ଟ୍ରମ ନିଲାମ ହେବାର ସମ୍ଭାବନା ଅଛି। ୨୦୨୧ ସେପ୍ଟେମ୍ବରରେ ରିଜର୍ଭ ମୂଲ୍ୟ, ବ୍ୟାଣ୍ଡ ଯୋଜନା, ବ୍ଲକ ସାଇଜ ଏବଂ ସ୍ପେକ୍ଟ୍ରମ କ୍ୱାଣ୍ଟମ ସମ୍ବନ୍ଧରେ ଟ୍ରାଇକୁୁ ସୁପାରିଶ କରାଯାଇଛି ଏବଂ ରେଗୁଲେଟର ମଧ୍ୟ ସମସ୍ତ ହିତାଧିକାରୀ କମ୍ପାନୀ ସହିତ ଆଲୋଚନା ଆରମ୍ଭ କରିଛନ୍ତି।

୨୦୧୮ରେ ଆରମ୍ଭ ହୋଇଥିବା ୫-ଜି ପରୀକ୍ଷା ପ୍ରକଳ୍ପ ପାଇଁ ଟେଲିକମ ବିଭାଗ ପକ୍ଷରୁ ୮ ଟି ଏଜେନ୍ସି ସହିତ ଚୁକ୍ତି ହୋଇଥିଲା।  ସେସବୁ ଏଜେନ୍ସିଗୁଡ଼ିକ ମଧ୍ୟରେ ଆଇଆଇଟି (ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି) ବମ୍ବେ, ଆଇଆଇଟି-ଦିଲ୍ଲୀ, ଆଇଆଇଟି-ହାଇଦ୍ରାବାଦ, ଆଇଆଇଟି-ମାଡ୍ରାସ, ଆଇଆଇଟି-କାନପୁର, ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ (ଆଇଆଇଏସ୍‌ସି) ବାଙ୍ଗାଲୋର, ସୋସାଇଟି ଫର ଆପ୍ଲାଏଡ ମାଇକ୍ରୋୱେଭ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂ ଆଣ୍ଡ ରିସର୍ଚ୍ଚ ଏବଂ କେନ୍ଦ୍ରୀୟ ବେତାର ଟେକ୍ନୋଲୋଜି ଆଦି ରହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.