banner
Breaking

ନୂଆବର୍ଷରୁ ୫ଜି ସେବା

0

ଭୁବନେଶ୍ୱର,୨୯।୧୨: ନୂଆବର୍ଷରୁ ଦେଶବାସୀଙ୍କ ପାଇଁ ଦୂରସଞ୍ଚାର ମନ୍ତ୍ରଣାଳୟ ନୂଆ ସେବା ଆଣିବାକୁ ଯାଉଛି। ୨୦୨୨ରୁ ଭାରତରେ ୫ଜି ଇଣ୍ଟରନେଟ୍‌ ସେବା ପ୍ରଚଳନ ହେବାକୁ ଯାଉଛି ବୋଲି ସୂଚନା ମିଳିଛି। ପ୍ରଥମ ପର୍ଯ୍ୟାୟରେ ଦେଶର ୧୩ଟି ସହରରେ ଏହି ସେବା ଉପଲବ୍ଧ ହେବ ବୋଲି ଜଣାପଡିଛି। ପରବର୍ତ୍ତୀ ସମୟରେ ଏହି ସେବା କ୍ରମଶଃ ଦେଶର ଅବଶିଷ୍ଟ ସହରଗୁଡିକରେ ପ୍ରଚଳନ କରାଯିବ। ଏ ସମ୍ପର୍କରେ ଦୂରସଞ୍ଚାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି , ପ୍ରାଥମିକ ପର୍ଯ୍ୟାୟରେ ଦେଶର ୧୩ଟି ସହରରେ ୫ଜି ସେବା ପ୍ରଚଳନ ପାଇଁ ଦୂରସଞ୍ଚାର ଅପରେଟରମାନେ ପୂର୍ବରୁ ୫ଜି ପରୀକ୍ଷାମୂଳକ ସେବା ଆରମ୍ଭର ବ୍ୟବସ୍ଥା କରିସାରିଛନ୍ତି। ଏହି ସହରଗୁଡ଼ିକ ହେଉଛି ଅହମଦାବାଦ, ବେଙ୍ଗାଲୁରୁ, ଚଣ୍ଡିଗଡ, ଚେନ୍ନାଇ, ଦିଲ୍ଲୀ, ଗାନ୍ଧୀନଗର, ଗୁରୁଗ୍ରାମ, ହାଇଦ୍ରାବାଦ, ଜାମନଗର, କୋଲକାତା, ଲକ୍ଷ୍ନୌ, ମୁମ୍ବାଇ ଓ ପୁଣେ । ତେବେ କେଉଁ ଦୂରସଞ୍ଚାର କମ୍ପାନୀ ପ୍ରଥମେ ୫ଜି ସେବା ପ୍ରଚଳନ କରିବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଦେଶର ୩ ପ୍ରମୁଖ ଦୂରସଞ୍ଚାର କମ୍ପାନୀ ରିଲାଏନ୍ସ ଜିଓ, ଏୟାରଟେଲ ଏବଂ ଭୋଡାଫୋନ ଆଇଡିଆ ଏହି ସହରଗୁଡିକରେ ପରୀକ୍ଷାମୂଳକ କ୍ଷେତ୍ର ସ୍ଥିର କରି ୫ଜିର ପରୀକ୍ଷାମୂଳକ ବ୍ୟବହାର କରୁଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.