banner
Breaking

ଓଡ଼ିଶାର ସମସ୍ତ ଗ୍ରାମରେ ମିଳିବ ୪ଜି ସେବା

0

ଭୁବନେଶ୍ୱର,୯।୨: ଭାରତ ସରକାରଙ୍କ ମେକ ଇନ ଇଣ୍ଡିଆ ଓ ଡିଜିଟାଲ ଇଣ୍ଡିଆ ପରିକଳ୍ପନାକୁ ସାକାର କରିବାକୁ କେନ୍ଦ୍ର ସରକାରଙ୍କ ଟେଲିକମ ବିଭାଗ (ଡିଓଟି) ବେଶ ଗୁରୁତ୍ୱାରୋପ କରୁଥିବା ଜଣାପଡିଛି। ଏପରିକି ଦେଶର ଟେଲି ଯୋଗାଯୋଗକୁ ଅଗ୍ରାଧିକାର ଭିତ୍ତିରେ ବିକଶିତ କରିବାକୁ ଡିଓଟି ବ୍ୟାପକ ଯୋଜନା କରିଛି। ଉକ୍ତ ଯୋଜନା ଆଧାରରେ ଡିଓଟି ପକ୍ଷରୁ ଓଡିଶା ଟେଲିକମ କ୍ଷେତ୍ର ପାଇଁ ବ୍ୟାପକ ଯୋଜନା କରିଥିବା ଜଣାପଡିଛି। ଏହି ପରିପ୍ରେକ୍ଷୀରେ ଡିଓଟିର ଓଡିଶା କ୍ଷେତ୍ର ପକ୍ଷରୁ ବୁଧବାର ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା।
ଏ ସମ୍ପର୍କରେ ଡିଓଟିର ଓଡିଶା ଏଲଏସଏ ତଥା ଓଡିଶା ମୁଖ୍ୟ ବି.କେ.ନାୟକ କହିଛନ୍ତି ୨୦୨୪ ପୂର୍ବରୁ ସାରା ରାଜ୍ୟରେ ୪ଜି ସେବା ଉପଲବ୍ଧ କରାଇବାକୁ ଡିଓଟି ପକ୍ଷରୁ କୁରୁତ୍ୱ ଦିଆଯାଇଛି। ଏପରିକି ୨୦୨୩ ଡିସେମ୍ବର ଶେଷ ସୁଦ୍ଧା ଶତ ପ୍ରତିଶତ ଲକ୍ଷଧାର୍ଯ୍ୟ ପୂରଣ କୁ ଡିଓଟି ବେଶ ଗୁରୁତ୍ୱ ଦେଇଛି। ବର୍ତ୍ତମାନ ଓଡ଼ିଶାରେ ୫୧, ୩୧୩ (୨୦୧୧ ଜନଗଣନା ଅନୁଯାୟୀ) ଗ୍ରାମ ରହିଛି, ସେଥିମଧ୍ୟରୁ ୪୭, ୬୭୭ଟି ଗ୍ରାମରେ ଜନବସତି ରହିଛି। ଏପରିକି ୪୭,୬୭୭ଟି ଗ୍ରାମ ମଧ୍ୟରୁ ୪୨,୪୨୫ଟି ଗ୍ରାମରେ କୌଣସି ପ୍ରକାରର ମୋବାଇଲ ସେବା (୨ଜି, ୩ଜି ଏବଂ ୪ଜି) ସେବା ପହଞ୍ଚତ୍ପାରିଛି। ହେଲେ ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ବଳକା ପ୍ରାୟ ୫୦୦୦ ଗାଁରେ କୌଣସି ପ୍ରକାରର ଟେଲିକମ ସେବା ନାହିଁ। ସେହିପରି ରାଜ୍ୟରେ ୨୫,୧୧୫ଟି ଟାୱାର ସହ ୭୪,୦୭୨ ବେସ ଟର୍ମିନାଲ ଷ୍ଟେସନ (ବିଟିଏସ) ରହିଛି। ଏପରିକି ରାଜ୍ୟରେ ୩.୩୨ କୋଟି ମୋବାଇଲ ଉପଭୋକ୍ତା ଥିବାବେଳେ ୨.୨୧ କୋଟି ମୋବାଇଲ ବ୍ରଡବ୍ୟାଣ୍ଡ ଉପଭୋକ୍ତା ରହିଛନ୍ତି। ବିଶେଷ କରି ୩.୩୨ କୋଟି ଉପଭୋକ୍ତାଙ୍କ ମଧ୍ୟରୁ ୨.୨୧ କୋଟି ଗ୍ରାମାଞ୍ଚଳ ଏବଂ ୧.୧ କୋଟି ସହରାଞ୍ଚଳ ମୋବାଇଲ ଉପଭୋକ୍ତା ଅଛନ୍ତି।

ସେହିପରି ରାଜ୍ୟରେ ସାମଗ୍ରିତ ଦୂରସଞ୍ଚାର ସାନ୍ଦ୍ରତା ବା ଟେଲି ଡେନସିଟୀ ହାରା ୮୦% ଥିବା ବେଳେ ଜାତୀୟସ୍ତରରେ ଏହି ହାର ୮୫% ରହିଛି, ଭାରତ ସରକାରଙ୍କ ପୂର୍ଣ୍ଣ ସହାୟତା ଓ ପାଣ୍ଠି ଯୋଗାଣ ଜରିଆରେ ବିଭିନ୍ନ ୟୁଏସଓଏଫ (ସାର୍ବଜନୀନ ସେବା ଉତ୍ତରଦାୟିତ୍ୱ ପାଣ୍ଠି) ମାଧ୍ୟମରେ ୨୦୨୩ ଡିସେମ୍ବା ଶେଷସୁଦ୍ଧା ଜନସଂଖ୍ୟା ର୍ନିବିଶେଷରେ ଦେଶର ପ୍ରତ୍ୟେକ ଗ୍ରାମକୁ ଅତିକମରେ ୪ଜି ସେବା ପହଞ୍ଚାଇବା ଲାଗି ଲକ୍ଷ୍ୟ ରଖାଯାଇଛି। ବର୍ତ୍ତମାନ ଦେଶରେ ୭୧୧୩ଟି ୪ଜି ସେବା ଅପହଞ୍ଚ ଥିବା ଗ୍ରାମ ରହିଛି। ଓଡ଼ିଶାରେ ଥିବା ଏପରି ଗ୍ରାମରେ ୪ ଜି ସେବା ପହଞ୍ଚାଇବା ଲାଗି ଉଭୟ ସରକାର ଓ ବିଭାଗ ବିଭିନ୍ନ ପ୍ରକଳ୍ପଗୁଡ଼ିକ ଦ୍ରୁତ ଗତିରେ କାର୍ଯ୍ୟକାରୀ କରାଉଛନ୍ତି। ଅପରପକ୍ଷରେ ମାଓବାଦୀ ପ୍ରବଣ ଅଞ୍ଚଳରେ ବର୍ତ୍ତମାନ ୨ଜି ସେବା ଥିବା ୨୫୬ଟି ଟାୱାର ରହିଛି। ତେବେ ଏଲଡବ୍ଲୁଇ ପର୍ଯ୍ୟାୟ ୨ ଅଧୀନରେ ୪୮୩ଟି ଟାୱାର କାର୍ଯ୍ୟକ୍ଷମ କରାଯିବାକୁ ଲକ୍ଷ୍ୟ ରଖାଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.