banner
Breaking

+୩ର କଟ୍ଅଫ ମାର୍କ ପ୍ରକାଶିତ। ବିଜେବି ଆଗରେ

0

ଭୁବନେଶ୍ୱର,୨୮ା୯(ଓଡ଼ିଆ ନ୍ୟୁଜ): ରାଜ୍ୟର ବିଭିନ୍ନ ଡିଗ୍ରୀ ମହାବିଦ୍ୟାଳୟର ଯୁକ୍ତ ତିନିରେ ନାମଲେଖା ଲାଗି ପ୍ରଥମ ପର୍ଯ୍ୟାୟ କଟ୍‌ଅଫ୍‌ ମାର୍କ ସୋମବାର ପ୍ରକାଶ ପାଇଛି। ଏକ୍ଷେତ୍ରରେ ଭୁବନେଶ୍ୱରର ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟ ଆଗରେ ରହିଛି।
ଏହି ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନରେ ପ୍ରଥମ ପର୍ଯ୍ୟାୟ କଟ୍‌ଅଫ୍‌ ମାର୍କ ୯୫ ପ୍ରତିଶତ ଥିବା ବେଳେ, ରସାୟନ ବିଜ୍ଞାନରେ ୯୪.୬ ପ୍ରତିଶତ, ପ୍ରାଣୀବିଜ୍ଞାନରେ ୯୫.୫ ପ୍ରତିଶତ, ଉଦ୍ଭିଦ ବିଜ୍ଞାନରେ ୯୩.୪ ପ୍ରତିଶତ ଓ ଗଣିତରେ ୯୫.୨ ପ୍ରତିଶତ ରହିଛି। ଠିକ ସେହିପରି ବାଣିଜ୍ୟ ଶ୍ରେଣୀରେ ବି ଏହି ମହାବିଦ୍ୟାଳୟ ଆଗରେ ରହିଛି। ଏହି ବିଭାଗରେ ପ୍ରଥମ ପର୍ଯ୍ୟାୟ ମାର୍କ ୮୮.୬୭ ପ୍ରତିଶତ ରହିଛି।
ସେହିପରି କଳା ଶ୍ରେଣୀରେ ବି ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟ ଆଗରେ ରହିଛି। ଭୂଗୋଳରେ ପ୍ରଥମ ପର୍ଯ୍ୟାୟ କଟ୍‌ଅଫ୍‌ ମାର୍କ ୯୨ ପ୍ରତିଶତ ଥିବା ବେଳେ, ଅର୍ଥନୀତିରେ ୯୦.୫, ଇଂରାଜୀରେ ୮୯.୨, ସୋସିଓଲୋଜିରେ ୮୪.୧୭, ଆନ୍ଥ୍ରୋପୋଲୋଜିରେ ୮୬ ପ୍ରତିଶତ ରହିଛି।

Khansweb Solution Bhubaneswar

Leave A Reply

Your email address will not be published.