banner
Breaking

ଅଧାରେ ରହିଲା ଶିବକୁ ଜଳଲାଗି ! ଟେନ୍‌ରେ କଟି ୩ କାଉଡ଼ିଆଙ୍କ ମୃତ୍ୟୁ

0

ରାଉରକେଲା: ଟ୍ରେନରେ କଟି ଗୋଟିଏ ପରିବାରର ୩ କାଉଡ଼ିଆଙ୍କ ମୃତ୍ୟୁ ଘଟିଛି। ଏହି ଦୁଃଖଦ ଘଟଣା ଘଟିଛି ରାଉରକେଲା ପାନପୋଷ ରେଳଷ୍ଟେସନରୁ ଅଳ୍ପ ଦୂରରେ। ମୃତକ ସମସ୍ତଙ୍କର ଘର ଛତିଶଗଡ଼ ଭିଲାଇ ଅଞ୍ଚଳରେ।
ସୂଚନା ଅନୁଯାୟୀ, ଭିଲାଇ ଅଞ୍ଚଳର ଗୋଟିଏ ପରିବାରର ୭ ଜଣ କାଉଡ଼ିଆ ରେଳ ସେତୁ ଉପରେ ବ୍ରାହ୍ମଣୀ ନଦୀ ପାର ହେଉଥିବା ବେଳେ ଏକ ଟ୍ରେନ୍‌ ଆସିଯାଇଥିଲା। ଟ୍ରେନ୍‌ ଚଢ଼ି ଯିବା ଫଳରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ହସ୍‌ପିଟାଲ(ଆରଜିଏଚ୍‌)ରେ ଭର୍ତ୍ତି କରାଯାଇଛି। ମୃତ୍ୟୁ ବରଣ କରିଥିବା କାଉଡିଆମାନଙ୍କ ମଧ୍ୟରୁ ଦୁଇଜଣଙ୍କ ମୃତଦେହ ନଦୀରୁ ଉଦ୍ଧାର କରଯାଇଥିିବା ବେଳେ ଏବେ ବି ତୃତୀୟ ମୃତଦେହଟି ଉଦ୍ଧାର କରାଯାଇ ପାରି ନାହିଁ।

Khansweb Solution Bhubaneswar

Leave A Reply

Your email address will not be published.