banner
Breaking

ଯୁକ୍ତ ୩ ସ୍ପଟ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ।

0

ଭୁବନେଶ୍ୱର, ୩।୧୧(ବ୍ୟୁରୋ): ଯୁକ୍ତ ୩ ପ୍ରଥମ ବର୍ଷ ସ୍ପଟ୍‌ ନାମଲେଖା ପାଇଁ ସୋମବାର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଭିନ୍ନ ଡିଗ୍ରୀ କଲେଜରେ ଖାଲିଥିବା ସିଟ୍‌ ନେଇ ନଭେମ୍ବର ୯ରେ ବିଭାଗୀୟ ୱେବ୍‌ସାଇଟ୍‌ରେ ସୂଚନା ପ୍ରଦାନ କରାଯିବ ଓ ୧୦ରୁ ୧୩ ତାରିଖ ପର୍ଯ୍ୟନ୍ତ ନିର୍ଦ୍ଦିଷ୍ଟ ସ୍ଥାନରେ ରଖାଯାଇଥିବା ଡ୍ରପ୍‌ ବକ୍ସରେ ଆବେଦନପତ୍ର ପକାଇ ହେବ। ୧୭ ତାରିଖରେ ନାମଲେଖା ପାଇଁ କଲେଜରେ ଚୟନ ତାଲିକା ପ୍ରକାଶ ପାଇବ। ୨୧ ତାରିଖରେ ନାମଲେଖା ଫି’ ଦାଖଲ କରାଯିବ। ଏହାପରେ ନଭେମ୍ବର ୨୩ରୁ ନାମଲେଖା ସହିତ ଯେଉଁମାନେ ନାମଲେଖାଇବେ ସେମାନଙ୍କ ତଥ୍ୟ ଓ୍ବେବ୍‌ସାଇଟ୍‌ରେ ଅପ୍‌ଲୋଡ୍‌ କରାଯିବ ବୋଲି ବିଭାଗ ତରଫରୁ ସୂଚନା ଦିଆଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.