banner
Breaking

ଅକ୍ସିଜେନ୍ ବୃଦ୍ଧିକାରୀ ଔଷଧର ଦାମ ଘୋଷଣା। ସରକାରୀ ହସ୍ପିଟାଲରେ ମିଳିବ ରିହାତି।

0

ନୂଆଦିଲ୍ଲୀ,୨୮।୫: ଭାରତୀୟ ପ୍ରତିରକ୍ଷା ଗବେଷଣା ସଂସ୍ଥା (ଡିଆର୍‌ଡିଓ) ଏବଂ ଫାର୍ମା କମ୍ପାନୀ ଡକ୍ଟର ରେଡ୍ଡୀର ମିଳିତ ସହଯୋଗରେ ପ୍ରସ୍ତୁତ କରୋନା ଔଷଧ ୨-ଡିଜିର ମୂଲ୍ୟ ଶୁକ୍ରବାର ସ୍ଥିର କରାଯାଇଛି। ଏହି ଔଷଧ ପାଉଚ ପିଛା ଦାମ ୯୯୦ ଟଙ୍କା ରଖାଯାଇଛି। ହେଲେ ସରକାରୀ ହସ୍ପିଟାଲରେ ଏହା ରିହାତି ମୂଲ୍ୟରେ ଯୋଗାଇ ଦିଆଯିବ ବୋଲି ଡକ୍ଟର ରେଡ୍ଡୀ ଲାବ୍ରୋଟାରୀ ପକ୍ଷରୁ କୁହାଯାଇଛି।

ମେ’ ୧୭ରେ ଡିଆର୍‌ଡିଓ ପକ୍ଷରୁ ୨-ଡିଜି ଔଷଧକୁ ଉଦ୍‌ଘାଟନ କରାଯାଇଥିଲା। ଏହି ଔଷଧ କରୋନା ରୋଗୀଙ୍କ ଶରୀରରେ ଅମ୍ଲଜାନର ମାତ୍ରାକୁ ବୃଦ୍ଧି କରିବ ବୋଲି ଡିଆର୍‌ଡିଓ ପକ୍ଷରୁ କୁହାଯାଇଥିଲା। ଏପରି କି ମଧ୍ୟମ ଏବଂ ଗୁରୁତର କରୋନା ରୋଗୀଙ୍କ କ୍ଷେତ୍ରରେ ଏହି ଔଷଧକୁ ଜରୁରୀକାଳୀନ ବ୍ୟବହାର ପାଇଁ ଡିସିଜିଆଇ ଅନୁମତି ଦେଇଛି।

Khansweb Solution Bhubaneswar

Leave A Reply

Your email address will not be published.