banner
Breaking

+୨ କଳା ପରୀକ୍ଷା ଫଳ ପ୍ରକାଶିତ

0

ଭୁବନେଶ୍ୱର,୮।୮(ବ୍ୟୁରୋ): ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ପରୀକ୍ଷାଫଳ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୋମବାର ପରୀକ୍ଷାଫଳ ପ୍ରକାଶ କରାଯାଇଛି। ଯୁକ୍ତ ୨ କଳାରେ ଏଥର ପାସ୍ ହାର ୮୨.୧୦ ପ୍ରତିଶତ ରହିଛି । ୨ ଲକ୍ଷ ୧୩ ହଜାର ୪୩୨ ଛାତ୍ରଛାତ୍ରୀ ଯୁକ୍ତ ଦୁଇ କଳା ପରୀକ୍ଷା ଦେଇଥିଲେ । ୧ ଲକ୍ଷ ୭୧ ହଜାର ୨୮୮ ଜଣ ପିଲା ପରୀକ୍ଷାର୍ଥୀ ପାସ୍ କରିଛନ୍ତି । ୨୮ଟି ଉଚ୍ଚମାଧ୍ୟମିକ ସ୍କୁଲରେ ପାସ୍ ହାର ଶତ ପ୍ରତିଶତ ରହିଛି । ଖୋର୍ଦ୍ଧା ଜିଲ୍ଲାରେ ପାସ୍‌ ହାର ସର୍ବାଧିକ ରହିଥିବା ବେଳେ କଳାରେ ଛାତ୍ରଙ୍କ ପାସ୍‌ହାର ଅପେକ୍ଷା ଛାତ୍ରୀଙ୍କ ପାସ୍‌ହାର ଅଧିକ ରହିଛି । ୭୫.୦୮ ପ୍ରତିଶତ ଛାତ୍ର ପାସ୍ କରିଥିବା ବେଳେ ଛାତ୍ରୀଙ୍କ ପାସ୍‌ହାର ୮୭.୪୭ ପ୍ରତିଶତ ରହିଛି । www.odisharesults.nic.in ମାଧ୍ୟମରେ ଛାତ୍ରୀଛାତ୍ର ନିଜର ପରୀକ୍ଷାଫଳ ଦେଖି ପାରିବେ।

Khansweb Solution Bhubaneswar

Leave A Reply

Your email address will not be published.