banner
Breaking

ଯୁକ୍ତ ୨ ଦ୍ବିତୀୟ ପ୍ରଯ୍ୟାୟ ମେଧା ତାଲିକା ପ୍ରକାଶ। ପୁଣି ଆଗରେ ରେଭେନ୍ସା

0

ଭୁବନେଶ୍ବର,୨୭ା୯(ଓଡ଼ିଆ ନ୍ୟୁଜ):ଯୁକ୍ତ ଦୁଇ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ମେଧା ତାଲିକା ସୋମବାର ପ୍ରକାଶ ପାଇଛି। କଳା, ବାଣିଜ୍ୟ, ବିଜ୍ଞାନ, ସଂସ୍କୃତ, ଧନ୍ଦାମୂଳକ ଶିକ୍ଷା ପାଠ୍ୟକ୍ରମରେ ୧ ଲକ୍ଷ ୭୩ ହଜାର ୬୩ ଆସନ ଖାଲି ଅଛି। ସେଥି ମଧ୍ୟରୁଦ୍ବିତୀୟ ପର୍ଯ୍ୟାୟରେ ମୋଟ ୫୪ ହଜାର ୬୩୩ ଜଣ ବିଦ୍ୟାର୍ଥୀଙ୍କୁ ମନୋନୟନ କରାଯାଇଛି।
ପ୍ରଥମ ପର୍ଯ୍ୟାୟରେ ନାମଲେଖାଇ ଉପରିସ୍ଥ ଶିକ୍ଷାନୁଷ୍ଠାନକୁ
ସ୍ଥାନାନ୍ତର ପାଇଁ ଆଗ୍ରହୀ ବିଦ୍ୟାର୍ଥୀ ସ୍ଲାଇଡ୍ ଅପ୍ ଜରିଆରେ
ମୋଟ ୨୫ ହଜାର ୬୬୩ ଜଣ ମନୋନୀତ ହୋଇଛନ୍ତି।
ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକାରେ ମଧ୍ୟ କଳା,ବାଣିଜ୍ୟ,
ବିଜ୍ଞାନ ପାଠ୍ୟକ୍ରମରେ ରେଭେନ୍ସା କନିଷ୍ଠ ମହାବିଦ୍ୟାଳୟ
ଛାତ୍ରଛାତ୍ରୀଙ୍କର ପ୍ରଥମ ପସନ୍ଦ ପାଲଟିଛି।ତିନି ପାଠ୍ୟକ୍ରମରେ
ରେଭେନ୍ସା ଶୀର୍ଷରେ ରହିଛି। ପ୍ରଥମ ପର୍ଯ୍ୟାୟରେ ମୋଟ ୩ ଲକ୍ଷ ୨୭ ହଜାର ୭୫୬ ଛାତ୍ରଛାତ୍ରୀ ନାମ ଲେଖାଇଥିଲେ। ୩୦ ଜିଲାରେ ୧ ଲକ୍ଷ ୭୩ ହଜାର ୬୩ ଆସନ ଖାଲି ରହିଥିଲା। ମେଧା ତାଲିକାରେ ରେଭେନ୍ସା କନିଷ୍ଠ ମହାବିଦ୍ୟାଳୟ ଶୀର୍ଷରେ
ରହିଛି। ସାଧାରଣ ବର୍ଗ କଳାରେ ରେଭେନ୍ସାର କଟ୍ ଅଫ୍ ମାର୍କ
୭୬.୫% ଥିବା ବେଳେ ବିଜେବିରେ ୭୬.୪, ଭଦ୍ରକ କଲେଜରେ ୭୩.୧୭, ଫକିର ମୋହନ କଲେଜରେ ୭୩, ଶୈଳବାଳାରେ ୭୨.୬୭% ରହିଛି। ବିଜ୍ଞାନ ବିଭାଗରେ
ରେଭେନ୍ସାର ସର୍ବାଧିକ ୯୦%, ବିଜେବିର ୮୮.୩୩, ଉପେନ୍ଦ୍ରନାଥ କଲେଜ, ସୋରର ୮୬.୩୩, ଫକିର ମୋହନ କନିଷ୍ଠ ମହାବିଦ୍ୟାଳରେ ୮୫.୫ ରହିଛି। ବାଣିଜ୍ୟରେ
ରେଭେନ୍ସାରେ ୮୦, ରାଉରକେଲା ସରକାରୀ ମହାବିଦ୍ୟାଳୟର ୭୯.୫, ଶୈଳବାଳା କନିଷ୍ଠ ମହାବିଦ୍ୟାଳୟର ୭୫.୫,
ବିଜେବିର ୭୩.୬୭, ଜେକେବିକେରେ ୭୨.୬୭% ରହିଛି।
ସଂସ୍କୃତ ବିଭାଗରେ ବଲାଙ୍ଗୀରସ୍ଥିତ ବିଦ୍ୟାଭୂଷଣ ସଂସ୍କୃତ
କଲେଜର କଟ୍ ଅଫ୍ ମର୍କ ୪୩.୧୭% ଥିବା ବେଳେ
ଧନ୍ଦାମୂଳକ ବିଭାଗରେ ଧର୍ମଗଡ଼ ସରକାରୀ କଲେଜର କଟ୍
ଅଫ୍ ମାର୍କ ସର୍ବାଧିକ ୭୦% ରହିଛି।
ଦ୍ବିତୀୟ ପର୍ଯ୍ୟାୟରେ କଳା ପାଠ୍ୟକ୍ରମରେ ସର୍ବାଧିକ ୪୦
ହଜାର ୮୭୧ ଛାତ୍ରଛାତ୍ରୀଙ୍କୁ ମନୋନୟନ କରାଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.