banner
Breaking

ଭିଡିଓ କ୍ଲାସ କରିବେ ଯୁକ୍ତ ୨ ପ୍ରଥମ ବର୍ଷ ଛାତ୍ରଛାତ୍ରୀ।

0

ଭୁବନେଶ୍ୱର, ୧୮।୫(ବ୍ୟୁରୋ): ଗତବର୍ଷ ପରି ଏବର୍ଷ ମଧ୍ୟ କରୋନା ପାଇଁ ଯୁକ୍ତ୨ ପ୍ରଥମ ବର୍ଷ ଛାତ୍ରୀଛାତ୍ର ଭିଡିଓ କ୍ଲାସ୍‌ କରିବେ। ଏ ନେଇ ସୋମବାର ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ (ଡିଏଚ୍‌ଏସ୍‌ଇ)ର ଅତିରିକ୍ତ ନିର୍ଦ୍ଦେଶକ ବିଜୟା କୁମାରୀ ପାତ୍ର ସମସ୍ତ ଉଚ୍ଚମାଧ୍ୟମିକ ସ୍କୁଲ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି। ଏଥିସହ ସବୁ ଆଗ୍ରହୀ ଓ ଅନୁଭବୀ ଶିକ୍ଷକଙ୍କ ତାଲିକା ମାଗିଛି ଡିଏଚ୍‌ଏସ୍‌ଇ। ଆସନ୍ତା ୨୧ ତାରିଖ ସୁଦ୍ଧା ଏହି ତାଲିକା ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। କରୋନା ଯୋଗୁ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ଅନିଶ୍ଚିତତା ଲାଗି ଥିବାବେଳେ ଛାତ୍ରୀଛାତ୍ରଙ୍କ ପାଠପଢ଼ା ବାଧାପ୍ରାପ୍ତ ହେଉଛି। ତେଣୁ ଅନ୍‌ଲାଇନ୍‌ରେ କିପରି ଛାତ୍ରୀଛାତ୍ର ପାଠ ପଢ଼ିପାରିବେ ସେଥିପାଇଁ ବିଭାଗ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି। ଗତବର୍ଷ ମଧ୍ୟ ଏଭଳି ପଦକ୍ଷେପ ନିଆଯାଇଥିଲା। ଶିକ୍ଷକଙ୍କ ଦ୍ୱାରା ସବୁ ବିଷୟର ଶିକ୍ଷାଦାନର ଭିଡିଓ ରେକର୍ଡିଂ କରାଯାଇ ବିଭିନ୍ନ ପୋର୍ଟାଲରେ ଅପ୍‌ଲୋଡ୍‌ କରାଯାଇଥିଲା। ସେହିପରି ବିଭିନ୍ନ ବିଷୟର ଅଧ୍ୟାପିକା, ଅଧ୍ୟାପକ ଓ ଛାତ୍ରୀଛାତ୍ରଙ୍କୁ ନେଇ ହ୍ବାଟ୍‌ସଆପ୍‌ ଗ୍ରୁପ୍‌ କରାଯାଇଥିଲା। ଏହି ଗ୍ରୁପ୍‌ ମାଧ୍ୟମରେ ଅଧ୍ୟାପକମାନେ ଅନ୍‌ଲାଇନ୍‌ରେ କ୍ଲାସ୍‌ ନେଇଥିଲେ।

Khansweb Solution Bhubaneswar

Leave A Reply

Your email address will not be published.