banner
Breaking

୬ ରୁ +୨ ଫର୍ମପୂରଣ ଆରମ୍ଭ।

0

ଭୁବନେଶ୍ୱର, ୨।୨(ବ୍ୟୁରୋ): ଯୁକ୍ତ ୨ କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକ ଛାତ୍ରୀଛାତ୍ରଙ୍କ ବାର୍ଷିକ ପରୀକ୍ଷା ପାଇଁ ଆସନ୍ତା ୬ ତାରିଖରୁ ଫର୍ମପୂରଣ ଆରମ୍ଭ ହେବ। ଅନ୍‌ଲାଇନ୍‌ରେ ପ୍ରଥମେ ୬ରୁ ୧୨ ତାରିଖ ପର୍ଯ୍ୟନ୍ତ ଏକ୍ସ ରେଗୁଲାର ପିଲାଙ୍କ ଫର୍ମପୂରଣ କରାଯିବ। ସେହିପରି ୧୩ରୁ ୨୪ ତାରିଖ ପର୍ଯ୍ୟନ୍ତ ରେଗୁଲାର ପିଲାଙ୍କ ଫର୍ମପୂରଣ କରାଯିବ। ଏହି ସମୟସୀମା ମଧ୍ୟରେ ଛାତ୍ରୀଛାତ୍ର ଫର୍ମପୂରଣ କରି ନ ପାରିଲେ ଜରିମାନା ଦେଇ ଫର୍ମପୂରଣ କରିବେ।
ସେହିପରି ଏପ୍ରିଲ ୨୯ରୁ ଯୁକ୍ତ ୨ ପିଲାଙ୍କ ପ୍ରାକ୍ଟିକାଲ ପରୀକ୍ଷା ଓ ଥିଓରି ପରୀକ୍ଷା ମେ’ ୧୫ରୁ ଆରମ୍ଭ ହେବ ବୋଲି କୁହାଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.