banner
Breaking

ବଦଳିଲା +୨ ପରୀକ୍ଷା ଢାଞ୍ଚା।

0

ଭୁବନେଶ୍ୱର, ୨୫।୧(ବ୍ୟୁରୋ): ଚଳିତ ବର୍ଷ ଯୁକ୍ତ ୨ ପରୀକ୍ଷାର ଢାଞ୍ଚା ବଦଳିବ। ଏ ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୋମବାର ସୂଚନା ଦେଇଛନ୍ତି। ୨୦୧୬ କିମ୍ବା ପରେ ରେଜିଷ୍ଟ୍ରୀଭୁକ୍ତ ପିଲାଙ୍କ ପାଇଁ ସଂକ୍ଷିପ୍ତ ସିଲାବସ୍‌ରୁ ପ୍ରଶ୍ନ ପଡ଼ିବ।
ପ୍ରଶ୍ନପତ୍ରରେ ୫୦ ନମ୍ବରର ମଲ୍‌ଟିପୁଲ ଚଏସ୍‌ ପ୍ରଶ୍ନ ରହିବ। ମଲ୍‌ଟିପୁଲ ଚଏସ୍‌ରେ ପ୍ରତ୍ୟେକ ପ୍ରଶ୍ନ ପାଇଁ ୧ ନମ୍ବର ରହିବ। ହାରାହାରି ୩୦ ପ୍ରତିଶତ ସଂକ୍ଷିପ୍ତ ଉତ୍ତରମୂଳକ ରହିବ।
ସଂକ୍ଷିପ୍ତ ଉତ୍ତରମୂଳକ ପ୍ରତି ପ୍ରଶ୍ନ ୨ କିମ୍ବା ୩ ମାର୍କର ରହିବ। ହାରାହାରି ୨୦ ପ୍ରତିଶତ ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ ଆସିବ। ଦୀର୍ଘ ଉତ୍ତରମୂଳକ ପ୍ରତି ପ୍ରଶ୍ନ ୫ ମାର୍କ ଲେଖାଏ ରହିବ। ପୂର୍ବଭଳି ଛାତ୍ରୀଛାତ୍ରମାନେ ନିଜ ସ୍କୁଲରେ ପରୀକ୍ଷା ଦେବେ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ତେବେ ପରୀକ୍ଷା ଫି’ ନେଇ କିଛି ନିଷ୍ପତ୍ତି ହୋଇ ନ ଥିବା କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.