banner
Breaking

ଯୁକ୍ତ-୨ ନାମଲେଖା ତାରିଖ ବଢିଲା।

0

ଭୁବନେଶ୍ୱର, ୨/୯(ଓଡ଼ିଆ ନ୍ୟୁଜ): ଯୁକ୍ତ୨ ନାମଲେଖା ପାଇଁ ଆବେଦନ କରିବାର ଅବଧି ବୃଦ୍ଧି କରାଯାଇଛି। ରାଜ୍ୟରେ ବନ୍ୟା ସ୍ଥିତି ଉପୁଜିଥିବାରୁ ଆବେଦନର ଅବଧିକୁ ରାଜ୍ୟ ସରକାର ଘୁଞ୍ଚାଇଛନ୍ତି। ପୂର୍ବରୁ ସେପ୍ଟେମ୍ବର ୪ ତାରିଖ ପର୍ଯ୍ୟନ୍ତ ଆବେଦନ କରାଯାଇପାରିବ ବୋଲି କୁହାଯାଇଥିଲା। ଏବେ ଆଉ ୭ ଦିନ ବଢ଼ାଇ ଦିଆଯାଇଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି। ଅର୍ଥାତ ବର୍ତ୍ତମାନ ସାମ୍ସ ପ୍ଲାଟ ଫର୍ମରେ ଯୁକ୍ତ୨ ପାଇଁ ଆବେଦନ କରିବାର ଶେଷ ତାରିଖ ୧୧ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ସେହିଭଳି ଯୁକ୍ତ୨ କଳା ପରୀକ୍ଷା ଫଳାଫଳ ବାବଦରେ ମଧ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି। ଆସନ୍ତା ୨ରୁ ୩ ଦିନ ମଧ୍ୟରେ ଯୁକ୍ତ୨ କଳା ରେଜଲ୍ଟର ଘୋଷଣା ତାରିଖ ସ୍ପଷ୍ଟ ହୋଇଯିବ। ସେପ୍ଟେମ୍ବର ପ୍ରଥମ ସପ୍ତାହରେ ହିଁ ଏହି ଫଳାଫଳ ପ୍ରକାଶ ପାଇବ ବୋଲି ମନ୍ତ୍ରୀ କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.