banner
Breaking

0

ଭୁବନେଶ୍ୱର,୨୩ା୧୨(ବ୍ୟୁରୋ): ରାଜ୍ୟରେ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ୫-ଟି ରୂପାନ୍ତର କାର୍ଯ୍ୟକ୍ରମରେ ଶିକ୍ଷକ ନିଯୁକ୍ତି ପାଇଁ ଏହି ବଡ଼ ପଦକ୍ଷେପ ନିଆଯାଇଛି । ରାଜ୍ୟରେ  ଆଉ ୧୧ ହଜାର ୪୦୩ ଶିକ୍ଷକ ପଦବୀ ପୂରଣ ହେବାକୁ ଲକ୍ଷ୍ୟ ରଖାଯାଇଛି। ଏପ୍ରିଲ ୨୦୨୨ସୁଦ୍ଧା ନିଯୁକ୍ତି ପ୍ରକ୍ରିୟା ଶେଷକରି ବିଦ୍ୟାଳୟଗୁଡ଼ିକରେ ନୂତନ ଶିକ୍ଷକ ନିଯୁକ୍ତି ଦିଆଯିବାକୁ ଲକ୍ଷ୍ୟ ରହିଛି। ପୂର୍ବରୁ ଗୋଟିଏ ଦିନରେ ୬ ହଜାର ୧୩୧ ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଥିଲା ।

ଚଳିତ ବର୍ଷ ପ୍ରଥମ ପର୍ଯ୍ୟାୟରେ ୪ ହଜାର ୬ ଶହ ୧୯ ଜଣ ହିନ୍ଦୀ, ସଂସ୍କୃତ ଓ କ୍ରୀଡ଼ା ଶିକ୍ଷକ ପଦବୀ ପୂରଣ ପାଇଁ ଅଗଷ୍ଟ ୧୩ରେ ବିଜ୍ଞାପନ ପ୍ରକାଶ ପାଇଥିଲା । ସେହିଭଳି ଦ୍ବିତୀୟ ପର୍ଯ୍ୟାୟରେ ୬ ହଜାର ୭ ଶହ ୨୦ ଜଣ ଟିଜିଟି କଳା ଶିକ୍ଷକ ଓ ତେଲୁଗୁ ଶିକ୍ଷକ ପାଇଁ ଅଗଷ୍ଟ ୨୮ରେ ବିଜ୍ଞାପନ ପ୍ରକାଶ ପାଇଥିଲା। ଏହା ସହିତ ବର୍ଦ୍ଧିତ ଛାତ୍ରୀଛାତ୍ରଙ୍କ ସଂଖ୍ୟା ଦୃଷ୍ଟିରୁ ଅଧିକ ୩ ହଜାର ୪ ଶହ ୬୨ଟି ଶିକ୍ଷକ ପଦବୀ ମଧ୍ୟ ମଞ୍ଜୁର କରାଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.