banner
Breaking

ମାଟ୍ରିକ ଖାତାଦେଖା ୨୬ ରୁ, ଜୁଲାଇରେ ଫଳ ପ୍ରକାଶ-ମନ୍ତ୍ରୀ

0

ଭୁବନେଶ୍ବର ,୨୧/୫(ଓଡ଼ିଆ ନ୍ୟୁଜ): ମାଟ୍ରିକ ଖାତା ଦେଖାନେଇ ଗୁରୁବାର ରାଜ୍ୟସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଖାତାଦେଖା ପ୍ରକ୍ରିୟାରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁପାଳନ କରାଯିବ। ମେ ୨୬ରୁ ମାଟ୍ରିକ ଖାତା ମୂଲ୍ୟାୟନ ଆରମ୍ଭ ହେବ ବୋଲି ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି।  ପୂର୍ବ ନିର୍ଦ୍ଧାରିତ ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା ହେବ। ମୁଲ୍ୟାୟନ କେନ୍ଦ୍ର ପାଇଁ ଖୁବ ଶୀଘ୍ର ନୋଡାଲ ଅଫିସର ପଠା ଯିବ। ମୁଲ୍ୟାୟନକୁ ସୁବ୍ୟବସ୍ଥିତ କରିବା ପାଇଁ ଜିଲାପାଳମାନଙ୍କୁ ଶିକ୍ଷାବିଭାଗ ଚିଠି କରି ଜଣାଇଛି।
ପ୍ରଥମେ କରୋନା କଟକଣା ଉପରେ ଅମ୍ଫନ ଯୋଗୁ ମାଟ୍ରିକ ପରୀକ୍ଷା ମୂଲ୍ୟାୟନକୁ ସ୍ଥଗିତ କରାଯାଇଥିଲା। ହେଲେ ଜୁଲାଇ ଶେଷ ସୁଦ୍ଧା ମାଟ୍ରିକ୍‌ ପରୀକ୍ଷାଫଳ ପ୍ରକାଶ ପାଇବ। ଗୁରୁବାର ବୋର୍ଡ କର୍ମକର୍ତ୍ତାଙ୍କ ସହ ଆଲୋଚନା ପରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏ ନେଇ ସୂଚନା ଦେଇଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.