banner
Breaking

ଆରମ୍ଭ ହେଲା ଦଶମ ସମ୍ମେଟିଭ-୧ ପରୀକ୍ଷା

0

କଟକ : ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ପ୍ରଥମ ସମ୍ମେଟିଭ ଆସେସମେଣ୍ଟ (ଏସ୍‌ଏ-୧) ପରୀକ୍ଷା ବୁଧବାରଠାରୁ ଆରମ୍ଭ ହୋଇଛି। ରାଜ୍ୟରେ ମୋଟ ୫ଲକ୍ଷ ୩୨ହଜାର ୭୧୨ ପରୀକ୍ଷାର୍ଥୀ ହାଇସ୍କୁଲ ସାର୍ଟିଫିକେଟ ନିମନ୍ତେ ଏହି ପରୀକ୍ଷା ଦେବାକୁ ଫର୍ମପୂରଣ କରିଛନ୍ତି। ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ଚାଲିବ। ଏଥିପାଇଁ ବୋର୍ଡ ପକ୍ଷରୁ ୩୦ଜିଲାରେ ୩ ହଜାର ୨୯ଟି ପରୀକ୍ଷା କେନ୍ଦ୍ରର ବ୍ୟବସ୍ଥା କରାଯାଇଛି। ସଂସ୍କୃତ ମଧ୍ୟମାରେ ଚଳିତବର୍ଷ ୨,୯୧୪ଜଣ ପରୀକ୍ଷାର୍ଥୀ ଫର୍ମପୂରଣ କରିଥିବାବେଳେ ସେମାନେ ୧୦୮ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ। ସେହିପରି ରାଜ୍ୟ ମୁକ୍ତ ବିଦ୍ୟାଳୟରେ ୭ ହଜାର ୧୮୧ଜଣ ପରୀକ୍ଷାର୍ଥୀଙ୍କ ନିମନ୍ତେ ବୋର୍ଡ ଦ୍ୱାରା ୧୪୬ ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ପ୍ରତିଦିନ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା କରାଯିବ। ପରୀକ୍ଷାର ପ୍ରଥମ ଦିନ ଅର୍ଥାତ ୨୩ ତାରିଖରେ ଇଂରାଜୀ ବିଷୟରୁ ପରୀକ୍ଷା ଆରମ୍ଭ ହେବ। ସେହିଭଳି ୨୫ରେ ଗଣିତ, ୨୬ରେ ପ୍ରଥମ ଭାଷା, ୨୮ରେ ସାଧାରଣ ବିଜ୍ଞାନ, ୨୯ରେ ସାମାଜିକ ବିଜ୍ଞାନ ଏବଂ ୩୦ରେ ତୃତୀୟ ଭାଷା ବିଷୟରେ ପରୀକ୍ଷା ହେବ। କପି ରୋକିବାକୁ ୩୬ଟି ସ୍କ୍ବାଡ୍‌ ବୋର୍ଡ ଦ୍ୱାରା ଗଠିତ ହୋଇଥିବାବେଳେ ଜିଲାସ୍ତରରେ ଜିଲା ଶିକ୍ଷା ଅଧିକାରୀଙ୍କ ଦ୍ୱାରା ୭୪ ସ୍କ୍ବାଡ୍‌ ରହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.