banner
Breaking

ମାଟ୍ରିକ ପରୀକ୍ଷା କେତେ ମାର୍କ ହେବ ଓ କେଉଁଠୁ କେତେ ପଡିବ ଜାଣନ୍ତୁ।

0

ଭୁବନେଶ୍ୱର, ୩ା୧ (ବ୍ୟୁରୋ):ଚଳିତ ବର୍ଷ ମାଟ୍ରିକ ପରୀକ୍ଷାର୍ଥୀ ୮୦ ମାର୍କର ପରୀକ୍ଷା ଦେବେ । ପରୀକ୍ଷା ସରିବାର ୪୫ରୁ ୫୦ ଦିନ ମଧ୍ୟରେ ଫଳାଫଳ ପ୍ରକାଶ ପାଇବ । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି ।

ତେବେ ୫୦ ମାର୍କ ଅବଜେକଟିଭ ଓ ୩୦ ମାର୍କ ସବଜେକଟିଭ ରହିବ । ପରୀକ୍ଷାର୍ଥୀ ୮୦ରୁ ରଖିଥିବା ମାର୍କକୁ ଭିତ୍ତିକରି ଅବଶିଷ୍ଟ ୨୦ ମାର୍କର ମୂଲ୍ୟାୟନ ହେବ ବୋଲି କୁହାଯାଇଛି । ଆସନ୍ତା ମେ ମାସରେ ହେବାକୁ ଥିବା ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ସହ ସର୍ବଭାରତୀୟ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରିବାକୁ ଏହି ନିଷ୍ପତ୍ତି ନିଆଯାଇଛି । କୋଭିଡ କଟକଣା ଯୋଗୁ ବନ୍ଦ ଥିବା ଶିକ୍ଷାନୁଷ୍ଠାନ ଆସନ୍ତା ୮ ତାରିଖରେ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି ।

ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବା ତାରିଖ ସ୍ଥିର ହେବା ପରେ ଏବେ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ସରକାର ହଷ୍ଟେଲ ଖୋଲିବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ପାଠପଢ଼ାରେ ଛାତ୍ରଛାତ୍ରୀଙ୍କର ଯେଭଳି ବିଶେଷ ଅସୁବିଧା ସୃଷ୍ଟି ନହେବ, ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଉଛି । ହଷ୍ଟେଲ ପିଲାମାନଙ୍କର ସ୍ୱାସ୍ଥ୍ୟ ସମ୍ପର୍କିତ ସମସ୍ତ ଦାୟିତ୍ୱ ସ୍କୁଲ ଉପରେ ନ୍ୟସ୍ତ ରହିବ । ଏନେଇ ଖୁବଶୀଘ୍ର ଏକ ମାର୍ଗଦର୍ଶିକ

Khansweb Solution Bhubaneswar

Leave A Reply

Your email address will not be published.