banner
Breaking

୧୯ ରୁ ବନ୍ଦ ରହିବ ଉଚ୍ଚଶିକ୍ଷା ଅନୁଷ୍ଠାନ

0

ଭୁବନେଶ୍ୱର,୧୬।୪(ବ୍ୟୁରୋ): ଦିନକୁ ଦିନ ଚିନ୍ତା ବଢ଼ାଇଲାଣି କରୋନାର ଦ୍ୱିତୀୟ ଲହର। ଦୈନିକ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ରୋକିବା ନିମନ୍ତେ କଠୋର ପଦକ୍ଷେପର ଆବଶ୍ୟକତା ରହିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଦଶମ ଦ୍ୱାଦଶ ପରୀକ୍ଷାକୁ ବାତିଲ କରିଦିଆଯାଇଥିଲା। ଶୁକ୍ରବାର ଉଚ୍ଚଶିକ୍ଷା ଅନୁଷ୍ଠାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ତଦନୁଯାୟୀ, ଆସନ୍ତା ୧୯ ତାରିଖଠାରୁ ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକ ବନ୍ଦ ରହିବ। ଶ୍ରେଣୀ ଗୃହ କ୍ଲାସ ଏବଂ ସମସ୍ତ ପରୀକ୍ଷାକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ରହିଛି। ପରିସ୍ଥିତି ଦେଖିବା ପରେ ପରୀକ୍ଷା ସମୟ ଧାର୍ଯ୍ୟ କରାଯିବ ବୋଲି କୁହାଯାଇଛି। ଶିକ୍ଷାନୁଷ୍ଠାନଗୁଡ଼ିକରେ ଥିବା ହଷ୍ଟେଲକୁ ବନ୍ଦ ରଖିବାକୁ ଘୋଷଣା ହୋଇଛି। ୧୯ ସୁଦ୍ଧା ହଷ୍ଟେଲ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାଛଡ଼ା ଏହି ସମସ୍ତ ଶିକ୍ଷାନୁଷ୍ଠାନ ୫୦% କର୍ମଚାରୀଙ୍କୁ ନେଇ ଚାଲିବାକୁ କୁହାଯାଇଥିବା ବେଳେ ଠିକ ସମୟରେ ସିଲାବସ୍‌ ସାରିବାକୁ ଅନ୍‌ଲାଇନ୍‌ କ୍ଲାସ କରିବାକୁ ପରାମର୍ଶ ଦିଆଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.