banner
Breaking

ସିଲ୍ ହେଲା ମାର୍କେଟ ବିଲ୍ଡିଂ।

0

ଭୁବନେଶ୍ୱର,୨୮।୪: ଲୋକେ କୋଭିଡ୍‌ ଗାଇଡ୍‌ଲାଇନ୍‌ ନ ମାନିବାରୁ ୪ ଦିନ ପାଇଁ ଭୁବନେଶ୍ୱର ମାର୍କେଟ ବିଲ୍ଡିଂକୁ ବୁଧବାର ସିଲ କରି ଦିଆଯାଇଛି। ଭୁବନେଶ୍ୱର ପୋଲିସ ଡିସିପି ଏବଂ ବିଏମ୍‌ସି ଜୋନାଲ କମିଶନରଙ୍କ ଉପସ୍ଥିତିରେ ମାର୍କେଟ ବିଲ୍ଡିଂକୁ ବନ୍ଦ କରାଯାଇଛି। ଆସନ୍ତା ସୋମବାର ମାର୍କେଟ ବିଲ୍ଡିଂ ଖୋଲାଯିବ।

ସୂଚନା ଯୋଗ୍ୟ, ବୁଧବାର ଖୋର୍ଦ୍ଧା ଜିଲାରୁ ୧୮୪୦ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଭୁବନେଶ୍ୱରରୁ ୧୦୪୪। ଦିନିକୁ ଦିନ ଭୁବନେଶ୍ୱରରେ କରୋନା ସଂକ୍ରମଣ ଉପରମୁହିଁ ହେବାରେ ଲାଗିଛି। ଅନ୍ୟପକ୍ଷେ ମାର୍କେଟ ବିଲ୍ଡିଂରେ ଲୋକେ କରୋନା କଟକଣା ମାନୁ ନାହାନ୍ତି। ଫଳରେ ବିଏମ୍‌ସି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.